Categories: ଜାତୀୟ

ସଫେଇ ଦେଲେ ଶିନ୍ଦେଙ୍କ ଶିକ୍ଷାମନ୍ତ୍ରୀ: ଭାଜପା ଅବା ଶିବସେନା କର୍ମୀ ନୁହେଁ, ବାବ୍ରି ଭାଙ୍ଗିଛନ୍ତି ହିନ୍ଦୁ…

ମୁମ୍ବାଇ,୧୧।୪ : ମଙ୍ଗଳବାର ମହାରାଷ୍ଟ୍ର ସରକାରଙ୍କ ଶିକ୍ଷା ମନ୍ତ୍ରୀ ତଥା ଭାଜପା ନେତା ଚନ୍ଦ୍ରକାନ୍ତ ପାଟିଲ ତାଙ୍କ ବିବୃତ୍ତି ନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ତାଙ୍କ ବିବୃତ୍ତିକୁ ସ୍ପଷ୍ଟ କରି ସେ କହିଛନ୍ତି, ଯେଉଁମାନେ ବାବ୍ରି ମସଜିଦର ବିବାଦୀୟ ଢାଞ୍ଚା ଭାଙ୍ଗିଛନ୍ତି ସେମାନେ ଜଣେ ଜଣେ ହିନ୍ଦୁ। ସେମାନଙ୍କୁ ଭାଜପା ଅବା ଶିବସେନାର କର୍ମୀ ଭାବେ ବିଭକ୍ତ କରାଯାଇପାରିବ ନାହିଁ। ସୋମବାର ମନ୍ତ୍ରୀ କହିଥିଲେ ବାବ୍ରି ମସଜିଦ ଭାଙ୍ଗିବାବେଳେ ସେଠାରେ କୌଣସି ଶିବସେନା କର୍ମୀ ଉପସ୍ଥିତ ନ ଥିଲେ।

ପାଟିଲଙ୍କ ଏହି ବିବୃତ୍ତି ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଟାର୍ଗେଟ କରିଥିଲେ। ଏହି ବିବୃିତ୍ତି ନେଇ ଆପଣ ଇସ୍ତଫା ଦିଅନ୍ତୁ କିମ୍ବା ଆପଣଙ୍କ ମନ୍ତ୍ରୀ ପାଟିଲଙ୍କଠାରୁ ଇସ୍ତଫା ଦାବି କରନ୍ତୁ। ପାଟିଲ କହିଛନ୍ତି, ବିବୃତ୍ତି ପରେ ବିବାଦ ଦେଖାଦେଇଛି, ତା’ପରେ ମୁଖ୍ୟମନ୍ତ୍ରୀ ଶିନ୍ଦେ ମୋତେ ଡାକିଲେ, ସେ ମୋତେ ସ୍ପଷ୍ଟୀକରଣ ମାଗିଥିଲେ। ପାଟିଲ ସ୍ପଷ୍ଟ କରିଛନ୍ତି କର ସେବା ସମୟରେ ଦଳର ସଦସ୍ୟ ଭାବରେ କେହି ଅଂଶଗ୍ରହଣ କରିନାହାଁନ୍ତି। ସମସ୍ତେ ହିନ୍ଦୁ ଭାବରେ କର ସେବା କରିଥିଲେ। ବିବାଦୀୟ ଢାଞ୍ଚା ଭାଙ୍ଗିବା ସମୟରେ ଶିବସେନା ଏବଂ ଅଣ ଶିବସେନା କର୍ମୀଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନ ଥିଲା। ସମସ୍ତେ ସେଠାରେ ହିନ୍ଦୁ ଥିଲେ। ସେ କହିଛନ୍ତି ସେଠାରେ ନା ଭାଜପା ଅବା ଶିବସେନା କର୍ମୀ ଥିଲେ। ସେଠାରେ କେବଳ ହିନ୍ଦୁ ଥିଲେ। ବିଶ୍ୱ ହିନ୍ଦୁ ପରିଷଦ ଏହାର ନେତୃତ୍ୱ ନେଇଥିଲା।

ସେ ବାଲାସାହେବ ଠାକରେଙ୍କୁ କୌଣସି ପ୍ରକାରେ ଅପମାନିତ କରିବାକୁ ଚାହୁଁନାହାଁନ୍ତି। ମସଜିଦ ଭାଙ୍ଗିବା ପାଇଁ ବାଲାସାହେବ ଠାକରେ ଦାୟିତ୍ୱ ଗ୍ରହଣ କରିଥିଲେ ବୋଲି ଚନ୍ଦ୍ରକାନ୍ତ କହିଛନ୍ତି।

Share