Posted inଜାତୀୟ

ମେଣ୍ଟକୁ ଶିନ୍ଦେ କହିଦେବେ ନମସ୍କାର! ଓଲଟିଗଲା ଆକଳନ…

ମୁମ୍ବାଇ,୩।୧୨: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣାକୁ ୧୧ ଦିନ ବିତିଲାଣି, ଏହା ସତ୍ତ୍ୱେ ମହାୟୁତି ମେଣ୍ଟ ଏପର୍ଯ୍ୟନ୍ତ ସରକାର ଗଠନ କରିପାରୁ ନାହିଁ। ରାଜ୍ୟରେ ସରକାର ଗଠନ ଲାଗି ଦିଲ୍ଲୀରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ନେତାଙ୍କ ଦୌଡ ଜାରି ରହିଛି। ଏହାର ମୂଳ କାରଣ ହେଉଛନ୍ତି ମୁଖ୍ୟମନ୍ତ୍ରୀ ଶିନ୍ଦେ। ପ୍ରଥମେ ଏକନାଥ ଶିନ୍ଦେ ପଦ ଛାଡିବାକୁ ରାଜି ନ ଥିଲେ, ହେଲେ ଯେତେବେଳେ କଥା ଆଗକୁ ନ ବଢିଲା ସେ ଗୃହମନ୍ତ୍ରାଳୟ ଓ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ବଦଳେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ରାଜି ହୋଇଛନ୍ତି।

ହେଲେବି କଥା ଏଇଠି ସରିନି। ଏକନାଥ ସିନ୍ଦେ ଏବେ ମହାୟୁତି ସରକାର ଗଂନରେ ବାଧକ ସାଜିଚନ୍ତି। ଗତ ସପ୍ତାହରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ସହିତ ଦିଲ୍ଲୀରେ ସାକ୍ଷାତ ପରେ ସେ ମୁମ୍ବାଇ ପହଞ୍ଚିଥିଲେ ଓ ସିଧା ନିଜ ଗାଁକୁ ଚାଲିଯାଇଥିଲେ। ତେବେ ରବିବାର ଗଣମାଧ୍ୟମ ସହ ଆଲୋଚନାରେ ସେ ପୁଣି ମୁଖ୍ୟମନ୍ତ୍ରୀ ପଦ ଉପରେ ନିଜର ଦାବି ଜାହିର କରିଛନ୍ତି। ହେଲେ ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହ ଯାହା ବି ନିଷ୍ପତ୍ତି ନେବେ ସେ ଏହାକୁ ସ୍ବୀକାର କରିବେ। ଏଥିରେ ଏବେ ପ୍ରଶ୍ନ ଉଠୁଛି ଏକନାଥ ଶନ୍ଦେ ଏପରି ବାର୍ଗେନିଂ କେଉଁ ସାହସରେ କରୁଛନ୍ତି?

ମାହାୟୁତିରେ ଭାଜପା ସବୁଠୁ ବଡ଼ ପାର୍ଟି ଓ ନିର୍ବାଚନରେ ୧୩୨ଟି ଆସନ ହାତେଇଛି। ଏଥିରେ ଭାଜପା ଚାହିଁଲେ ନିମିଷେକରେ ଶିବସେନା (ଶିନ୍ଦେ)କୁ ଆଡେଇ ଦେଇ ଏନସିପି(ଅଜିତ)କୁ ସାଙ୍ଗରେ ନେଇ ସରକାର ଗଢି ପାରିବ। ହେଲେ କଥା ଯେମିତି ସହଜ ଲାଗୁଛି ସେମିତି ସହଜ ନୁହେଁ। କାରଣ ଏକନାଥ ସିନ୍ଦେଙ୍କ ଅସଲି ତାକତ ତାଙ୍କର ୫୭ ଜଣ ବିଧାୟକ ନୁହନ୍ତି, ୭ ଲୋକ ସଭା ଏମପି, ଯାହା କେନ୍ଦ୍ରରେ ମୋଦି ସରକାରଙ୍କ ସ୍ଥାୟିତ୍ୱର କାରଣ।

ଗତ ଲୋକ ସଭା ର୍ନିବାଚନରେ ଭାଜପାକୁ ସଂଖ୍ୟାଗରିଷ୍ଠତା ମିଳିନଥିଲା। ଭାଜପାର ୨୪୦ ଏମପି ଅଛନ୍ତି, ତେବେ କେନ୍ଦ୍ରରେ ସରକାର କରିବାକୁ ୨୭୨ ଏମପିଙ୍କ ସମର୍ଥନ ଦରକାର। ଏଣୁ ୩୨ ଏମପିଙ୍କ ଆବଶ୍ୟକତା ପୂରଣ କରିବାରେ ଶିବସେନା (ଶିନ୍ଦେ)ର ଭୂମିକା ଗୁରୁତ୍ୱପୂର୍ଣ୍ଣ। କେନ୍ଦ୍ରର ଏନଡିଏ ସରକାରରେ ଭାଜପା ପରେ ସବୁଠୁ ବଡ଼ ପାର୍ଟି ଆନ୍ଧ୍ରପ୍ରଦେଶର ଟିଡିପି। ଚନ୍ଦ୍ରବାବୁ ନାଇଡୁଙ୍କ ପାର୍ଟିର ୧୬ ଜଣ ଏମପି ଅଛନ୍ତି। ତୃତୀୟ ସ୍ଥାନରେ ଜେଡିୟୁ ଅଛି ଯାହାର ୧୨ ଜଣ ଏମପି ଅଛନ୍ତି। ଏବେ କେନ୍ଦ୍ର ସରକାରରେ ଏନଡିଏର ୨୯୩ ଜଣ ଏମପି ଅଛନ୍ତି।

ଏଥିରେ ଯଦି ଶିନ୍ଦେ ଏନଡିଏରୁ ପୃଥକ ହୁଅନ୍ତି ତେବେ କେନ୍ଦ୍ରରେ ସରକାର ଉପରେ କୌଣସି ପ୍ରଭାବ ପଡିବ ନାହିଁ, ହେଲେ ମୋଦି ସରକାରଙ୍କ ଉପରେ ଚାପରେ ଆସିଯିବ। ଏଣୁ କେନ୍ଦ୍ରର ଭାଜପା ସରକାର ବିରୋଧୀଙ୍କୁ ଏପରି କୌଣସି ସୁଯୋଗ ଦେବାକୁ ଚାହାନ୍ତିନି ଯେଉଁଥିରୁ ଲାଗିବ ମୋଦି ସରକାର ଦୁର୍ବଳ। ଅନ୍ୟପଟେ ଶିନ୍ଦେ ଭାଜପା ସହିତ ଏହି ପ୍ରସଙ୍ଗରେ ମଧ୍ୟ ବାର୍ଗେନିଂ ଚଳାଇଛନ୍ତି। ସେ ଜାଣିଛନ୍ତି ରାଜ୍ୟରେ ଭାଜପାର ସରକାରକୁ ସେ କୌଣସିବି ସ୍ତରରେ ରୋକି ପାରିବେନି, ହେଲେ ନିଜ ଏମପିଙ୍କ ବଳରେ ସେ ନିଜ ପାଇଁ ରାଜ୍ୟ ସରକାରରେ କିଛି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ହାସଲ କରିନେବାକୁ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri