Categories: ଜାତୀୟ

‘ଶିବସେନା ମୁଖ୍ୟ ହେବା ପାଇଁ ଯୋଗ୍ୟ ନୁହଁନ୍ତି ଶିନ୍ଦେ’

ମୁମ୍ବାଇ,୫।୧୦: ଦଶହରାରେ ଶିବସେନାର ଉଭୟ ଦଳ ଅଲଗା ଅଲଗା ରାଲିର ଆୟୋଜନ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଦଳ ଶିବାଜୀ ପାର୍କରେ ଦଶହରା ରାଲି କରିଥିବାବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନା ବମ୍ବେ କୁର୍ଲା କମ୍ପ୍ଲେକ୍ସ (ବି.କେ.ସି)ରେ ଏକ ରାଲି କରିଥିଲେ। ଉଭୟ ରାଲିରେ ବାଲାସାହେବ ଠାକରେଙ୍କୁ ସମ୍ମାନର ଚିହ୍ନ ଭାବରେ ମଞ୍ଚ ଉପରେ ଏକ ଚେୟାର ଖାଲି ରଖାଯାଇଥିଲା।
ଶିବାଜୀ ପାର୍କରେ ଥିବା ଦଶହରା ରାଲିକୁ ସମ୍ବୋଧିତ କରି ଉଦ୍ଧବ ଠାକରେ ଶିନ୍ଦେଙ୍କୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଛନ୍ତି, କଟାପ୍ପାଙ୍କୁ ଶିବସୈନିକ କ୍ଷମା କରିବେ ନାହିଁ। ସେ ଜଣେ ଦେଶଦ୍ରୋହୀ। ମନ୍ତ୍ରୀ ପଦ କିଛି ଦିନ ରହିବ, କିନ୍ତୁ ଦେଶଦ୍ରୋହୀ ସାରା ଜୀବନ ପାଇଁ ରହିଯିବେ। ପ୍ରତିବର୍ଷ ଭଳି ରାବଣ ଦହନ ହେବେ, କିନ୍ତୁ ଏଥର ଆମର ଭିନ୍ନ ଭିନ୍ନ ରାବଣ ଅଛି। ରାବଣଙ୍କ ୧୦ଟି ମୁଣ୍ଡ ଅଛି, କିନ୍ତୁ ଏହି ରାବଣଙ୍କ (ଶିନ୍ଦେ) ୫୦ ମୁଣ୍ଡ ଅଛି। ସେ ଶିବସେନା ମୁଖ୍ୟ ହେବା ପାଇଁ ଯୋଗ୍ୟ ନୁହଁନ୍ତି। ସେ ଅନ୍ୟର ପିତାଙ୍କ ନାଁ ନେଇ ବାଃ ବାଃ ନେବା ଅପେକ୍ଷା ନିଜ ପିତାଙ୍କ ନାମ ବ୍ୟବହାର କରି ନିର୍ବାଚନ ଲଢିକି ଦେଖାଅ।

Share