Posted inଜାତୀୟ

ଉଦ୍ଧବଙ୍କ ଭୁଲ ପାଇଁ ବଞ୍ଚିଗଲେ ଶିନ୍ଦେ ସରକାର: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୧୧।୫ : ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ବନାମ ଉଦ୍ଧବ ଠାକରେଙ୍କ ମାମଲାରେ ସୁପ୍ରିମକୋର୍ଟ ଗୁରୁବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ୧୬ ମହାରାଷ୍ଟ୍ର ବିଧାୟକଙ୍କ ଅଯୋଗ୍ୟ ମାମଲା ଏକ ବୃହତ ବେଞ୍ଚକୁ ପଠାଯାଇଛି। ସିଜେଆଇ ଡି.ଓ୍ବାଇ.ଚନ୍ଦ୍ରଚୂଡ଼ ଏହି ରାୟ ପଢୁଥିବାବେଳେ କହିଛନ୍ତି ୭ ଜଣିଆ ଖଣ୍ଡପୀଠ ମହାରାଷ୍ଟ୍ର ବିବାଦର ବିଚାର କରିବେ। ଶିବସେନା ଉପରେ ଇସିଙ୍କ ନିଷ୍ପତ୍ତି ସମ୍ପର୍କରେ ସିଜେଆଇ କହିଛନ୍ତି ନିର୍ବାଚନ ଆୟୋଗ ଏହି ନିର୍ବାଚନୀ ଚିହ୍ନ ଦେଇପାରିବ। ହ୍‌

ବାଚସ୍ପତିଙ୍କୁ ପଦରୁ ହଟାଇବା ପାଇଁ ବିଜ୍ଞପ୍ତି ବିଚାରାଧୀନ ଥିବାବେଳେ ବଡ଼ ବେଞ୍ଚକୁ ନିଷ୍ପତ୍ତି ନେବାକୁ ପଡ଼ିବ। ନବାମ ରାବିଆ ମାମଲାରେ ସୁପ୍ରିମକୋର୍ଟ କହିଛନ୍ତି ଏଭଳି ମାମଲାରେ ଅଯୋଗ୍ୟତା ଉପରେ ବାଚସ୍ପତି ନିଷ୍ପତ୍ତି ନେଇ ପାରିବେ ନାହିଁ ତେଣୁ ସମ୍ବିଧାନ ବେଞ୍ଚ ଏହି ପ୍ରସଙ୍ଗକୁ ଏକ ବୃହତ ବେଞ୍ଚକୁ ପଠାଇ ଦେଇଛନ୍ତି।

ବାଚସ୍ପତି କେବଳ ରାଜନୈତିକ ଦଳ ଦ୍ୱାରା ନିଯୁକ୍ତ ହ୍ବିପକୁ ଚିହ୍ନିବା ଉଚିତ। ବାଚସ୍ପତି ଗୋଗାଭାଲେଙ୍କୁ ହ୍ବିପ୍‌ର ମାନ୍ୟତା ଦେବା ଉଚିତ ନୁହେଁ । ବାଚସ୍ପତି ହ୍ବିପ ଯାଞ୍ଚ କରିବାକୁ ଚେଷ୍ଟା କରିନାହାଁନ୍ତି। ହ୍ବିପ୍‌ ପରୀକ୍ଷା କରିବା ପରେ ହିଁ ନିଷ୍ପତ୍ତି ନେବା ଉଚିତ।

ଏହି ଆଦେଶରେ ରାଜ୍ୟପାଳଙ୍କ ଭୂମିକା ବିଷୟରେ ଆମେ ବିସ୍ତୃତ ଭାବରେ ଲେଖିଛୁ, କାରଣ ଆବେଦନକାରୀ ତାଙ୍କ ଭୂମିକା ଉପରେ ପ୍ରଶ୍ନ କରିଛନ୍ତି। କୋର୍ଟ କହିଛନ୍ତି ୍‌ ଦଳର ଆଭ୍ୟନ୍ତରୀଣ ବିବାଦର ସମାଧାନ ପାଇଁ ଫ୍ଲୋର ଟେଷ୍ଟ ବ୍ୟବହାର କରାଯାଇପାରିବ ନାହିଁ। ଏହି ପରୀକ୍ଷଣର ଆଧାର ଠିକ ନୁହେଁ। ରାଜ୍ୟପାଳଫ୍ଲୋର ଟେଷ୍ଟ ପାଇଁ ଡାକିବା ଠିକ ନୁହେଁ।

ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅସାମ୍ବିଧାନିକ ବୋଲି ସିଜେଆଇ କହିଛନ୍ତି। ସିଜେଆଇ କହିଛି ଯଦି ଫ୍ଲୋର ଟେଷ୍ଟର ସମ୍ମୁଖୀନ ହେବା ପରେ ଉଦ୍ଧବ ଠାକରେ ଇସ୍ତଫା ଦେଇଥିଲେ, ତେବେ ସେ ଏବେ ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ। ଫ୍ଲୋର ଟେଷ୍ଟକୁ ସାମ୍ନା ନ କରି ଇସ୍ତଫା ଦେଇଥିବାରୁ କୋର୍ଟ ଉଦ୍ଧବ ସରକାରଙ୍କ ପୁନଃସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇପାରିବ ନାହିଁ। ଉଦ୍ଧବଙ୍କ ଭୁଲ ପାଇଁ ଶିନ୍ଦେ ସରକାର ବଞ୍ଚି ଯାଇଛନ୍ତି।

ତେବେ ଫ୍ଲୋର ଟେଷ୍ଟପାଇଁ ରାଜ୍ୟପାଳଙ୍କ ନିଷ୍ପତ୍ତି ଭୁଲ ଏବଂ ଶିନ୍ଦେ ଦଳର ହ୍ବିପ ନିଯୁକ୍ତ କରିବାରେ ବାଚସ୍ପତିଙ୍କର ଭୁଲ ଥିଲା।

ସୁପ୍ରିମକୋର୍ଟ କହିଛନ୍ତି ରାଜ୍ୟ ସରକାରଙ୍କ ସଂଖ୍ୟାଗରିଷ୍ଠତା ନାହିଁ ବୋଲି ଦାବି କରୁଥିବା ଚିଠି ଉପରେ ରାଜ୍ୟପାଳ କାର୍ଯ୍ୟ କରିବା ଉଚିତ ନୁହେଁ। ମହାରାଷ୍ଟ୍ରରେ ପୂର୍ବ ସ୍ଥିତି ପୁନଃସ୍ଥାପିତ ହୋଇପାରିବ ନାହିଁ। ବର୍ତ୍ତମାନର ସରକାର ରହିବେ। ସୁପ୍ରିମକୋର୍ଟ କହିଛନ୍ତି ବର୍ତ୍ତମାନର ବାଚସ୍ପତି ଅଯୋଗ୍ୟତା ଉପରେ ନିଷ୍ପତ୍ତି ନେବେ।


Enter your email to get our daily news in your inbox.

All Right Reserved By Dharitri.Com

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’ରେ ପାର୍ବତୀ ଗିରିଙ୍କୁ ପ୍ରଶଂସା ସହ ବଖାଣିଲେ ୨୦୨୫ର ଏସବୁ ସଫଳତା

ନୂଆଦିଲ୍ଲୀ,୨୮ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨୯ ତମ ‘ମନ କି ବାତ୍‌’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ୨୦୨୫ର ଅନେକ ସଫଳତା ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ।...

ମା’ ହେଲା ବାଘୁଣୀ ‘ଜୟଶ୍ରୀ’: ୨ ଛୁଆ ମୃତ, ୧ ଜୀବିତ

ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri