Categories: ଖେଳ

୧୬୫ ରନ୍‌ରେ ଅଟକିଲା ରାଜସ୍ଥାନ

ମୁମ୍ବାଇ,୧୦।୪: ଆଇପିଏଲ୍‌ ୨୦୨୨ରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଦଳ ମୁହାଁମୁହିଁ ହୋଇଛନ୍ତି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ଉଇକେଟ୍‌ ହରାଇ ୧୬୫ ରନ୍‌ ସଂଗ୍ରହ କରିଛି। ଫଳରେ ଲକ୍ଷ୍ନୌକୁ ୧୬୬ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ରାଜସ୍ଥାନ ପକ୍ଷରୁ ଶିମ୍ରୋନ୍‌ ହେଟମେୟର ୩୬ ବଲ୍‌ରୁ ସର୍ବାଧିକ ୫୯ ରନ୍‌ର ଇନିଂସ ଖେଳିଥିଲେ। ଦେବଦତ୍ତ ପଡିକଲ୍‌ ୨୯, ଆର୍‌ ଅଶ୍ୱିନ୍‌ ୨୮ ରନ୍‌ର ପାଳି ଖେଳିଥିଲେ। ଲକ୍ଷ୍ନୌ ପକ୍ଷରୁ ଜେଶନ ହୋଲ୍ଡର ଏବଂ କ୍ରିଷ୍ଣାପା ଗୌତମ ୨ ଲେଖାଏ ଉଇକେଟ୍‌ ନେଇଥିବାବେଳେ ଆଭେଶ ଖାନ୍‌ ଗୋଟିଏ ଉଇକେଟ ନେଇଥିଲେ।
ଲକ୍ଷ୍ନୌ ଅଧିନାୟକ କେ.ଏଲ୍‌ ରାହୁଲ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ପୂର୍ବତନ ଚାମ୍ପିଅନ ରାଜସ୍ଥାନ ରୟାଲ୍ସ ଚଳିତ ସିଜନରେ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଖେଳି ୨ଟି ଜିତିଛି। ଏଥିସହିତ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ୪ରୁ ୩ଟି ଜିତିଛି। ଉଭୟ ଦଳ ଏପର୍ଯ୍ୟନ୍ତ ୧-୧ ମ୍ୟାଚ ହାରିଛନ୍ତି।

 

Share