Categories: ଖେଳ

ଫ୍ଲାଇଟ ମିସ ଯୋଗୁ ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ବିସ୍ଫୋରକ କ୍ରିକେଟର୍‌

ଜାମାଇକା,୪।୧୦: ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଗାମୀ ଟି-୨୦ ବିଶ୍ୱକପ ପାଇଁ ଦୁଇ ସପ୍ତାହରୁ କମ ସମୟ ବାକି ଅଛି। ଏଭଳି ପରିସ୍ଥିତିରେ ଅନେକ ଖେଳାଳି ଆଘାତରୁ ମୁକ୍ତି ପାଇବାକୁ ଚେଷ୍ଟା କରୁଛନ୍ତି ଏବଂ ବିଶ୍ୱକପ୍‌ର ଅଂଶ ହେବା ପାଇଁ କଠିନ ପରିଶ୍ରମ କରୁଥିବାବେଳେ କିଛି ଖେଳାଳି ବିଶ୍ୱକପ ପୂର୍ବରୁ ଆହତ କାରଣରୁ ଟୁର୍ନାମେଣ୍ଟରୁ ବାହାରିଛନ୍ତି। ତେବେ ୱେଷ୍ଟଇଣ୍ଡିଜ କ୍ରିକେଟରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି।
ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶିମ୍ରନ ହେଟମିୟର ଆହତ ଯୋଗୁ ନୁହେଁ, ବରଂ ଫ୍ଲାଇଟ ମିସ ପାଇଁ ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଛନ୍ତି। ପାରିବାରିକ କାରଣରୁ ଶିମ୍ରନ ସଠିକ୍‌ ସମୟରେ ଦଳ ସହ ଯୋଗ ଦେଇ ପାରି ନ ଥିଲେ। ଫ୍ଲାଇଟ ମିସ ଯୋଗୁ ବୋର୍ଡ କଠୋର ନିଷ୍ପତ୍ତି ନେଇଛି ଏବଂ ତାଙ୍କୁ ଟି-୨୦ ବିଶ୍ୱକପ ଦଳରୁ ବାଦ୍‌ ଦେଇଛି। ବ୍ୟାଟ୍ସମ୍ୟାନ ଶିମ୍ରନ ହେଟମିୟରଙ୍କ ସ୍ଥାନରେ ଶାମର ବ୍ରୁକ୍ସଙ୍କୁ ସ୍ଥାନ ଦିଆଯାଇଛି।

Share