ନିଆଁ ଆଁରେ ଶିମିଳିପାଳ

ଭୁବନେଶ୍ୱର,(ବ୍ୟୁରୋ)/ବାରିପଦା ଅଫିସ,୪।୩: ଜଳୁଛି ଶିମିଳିପାଳ ଅଭୟାରଣ୍ୟ। ୮ ରେଞ୍ଜର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ଏବେ ଚାରି ଦିଗକୁ ମାଡ଼ି ଚାଲିଛି। ନିଆଁ ନିୟନ୍ତ୍ରଣକୁ ଆସୁ ନ ଥିବାରୁ ବିପଦ ମୁହଁକୁ ଠେଲି ହୋଇଯାଉଛି ଶିମିଳିପାଳର ଜୈବମଣ୍ଡଳ। ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବୁଧବାର ସବୁଠି ବିଶ୍ୱ ବନ୍ୟପ୍ରାଣୀ ଦିବସ ପାଳନ ଅବସରରେ ମୟୂରଭଞ୍ଜ ଜିଲାର
ଏହି ଜାତୀୟ ଉଦ୍ୟାନକୁ ନେଇ ଚିନ୍ତା ଘାରିଛି। କେନ୍ଦ୍ର ଜଙ୍ଗଲ ଓ ପରିବେଶ
ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଉଦ୍‌ବେଗ ପ୍ରକାଶ କରିବା ପରେ ରାଜ୍ୟ ବନ ବିଭାଗ ପକ୍ଷରୁ ଏବେ ତତ୍ପରତା ପ୍ରକାଶ ପାଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନିର୍ଦ୍ଦେଶକ୍ରମେ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ(ପିସିସିଏଫ୍‌) ଶଶି ପଲ୍‌ ଶିମିଳିପାଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହିତ ସମୀକ୍ଷା କରିଛନ୍ତି। ପିସିସିଏଫ୍‌ ଗୁରୁବାର ସୁଦ୍ଧା ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବା ପାଇଁ କୁହାଯାଇଥିବା ମନ୍ତ୍ରୀ କହିଛନ୍ତି।
ବାରିପଦା, ଉଦଳା, କରଞ୍ଜିଆ ଓ ରାଇରଙ୍ଗପୁର ବନଖଣ୍ଡ ସମେତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନରେ ୨୧ ରେଞ୍ଜ୍‌ ଓ ୨୦୯ ବିଟ୍‌ ହାଉସ୍‌ କାର୍ଯ୍ୟ କରୁଛି। ତେବେ ୮ଟି ରେଞ୍ଜ୍‌ର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗି ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳ ଜଳିବାରେ ଲାଗିଛି। ୧୦ଦିନ ହେଲା ଲାଗିଥିବା ଏହି ନିଆଁ ଚାରିଆଡ଼କୁ ବ୍ୟାପି ଚାଲିଥିବାବେଳେ ଇତିମଧ୍ୟରେ ଅଭୟାରଣ୍ୟର ଭଞ୍ଜବସା, ବାଲିନାଳ, ବାରହାକାମୁଡ଼ା, ଜେନାବିଲ, ନଅଁଣା ରେଞ୍ଜର ଦକ୍ଷିଣ ଓ ଉତ୍ତର, ପିଠାବଟା ଓ ଡୁକୁରା ରେଞ୍ଜ ଜଙ୍ଗଲରେ ଥିବା ଔଷଧୀୟ ବୃକ୍ଷଲତା, ଫଳମୂଳ, ଅର୍କିଡ୍‌, ଗୁଳ୍ମ ଓ ଜଙ୍ଗଲଜାତ ଦ୍ରବ୍ୟ ଆଦି ପୋଡ଼ି ପାଉଁଶ ହୋଇଯାଇଛି। ବନ୍ୟପ୍ରାଣୀମାନେ ସଙ୍କଟରେ ପଡ଼ିଥିବାବେଳେ ଅନେକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଏପଟେ ଜଙ୍ଗଲ ଭିତରେ ଥିବା ଗାଁଗୁଡ଼ିକ ପ୍ରତି ବିପଦ ଘନେଇବାରେ ଲାଗିଛି। ନିଆଁ ଲିଭାଇବା ପାଇଁ ୧ ହଜାରରୁ ଉର୍ଦ୍ଧ୍ୱ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨୫୦ଜଣ ଫରେଷ୍ଟ ଗାର୍ଡ ରହିଥିବାବେଳେ ୪୦ ଗାଡ଼ି ସହିତ ୨୪୦ ବ୍ଲୋୟର ମେଶିନ ସହାୟତାରେ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରହିଥିଲେ ମଧ୍ୟ ସୁଫଳ ମିଳିନି। ତେବେ ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରହିଥିବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପନିର୍ଦ୍ଦେଶକ ଯଜ୍ଞଦତ୍ତ ପତି କହିଛନ୍ତି।
ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କ୍ଷୋଭ ପ୍ରକାଶ କରିବା ସହିତ ଏଭଳି ଭୟଙ୍କର ପରିସ୍ଥିତିକୁ ତୁରନ୍ତ ନିୟନ୍ତ୍ରଣକୁ ଆଣିବା ଜରୁରୀ ବୋଲି କହିଛନ୍ତି। ଭବିଷ୍ୟତରେ ଯେପରି ଏହାର ପୁନରାବୃତ୍ତି ନ ହେବ ସେଥିପାଇଁ ବ୍ୟାପକ ପଦକ୍ଷେପ ନିଆଯିବା ସହିତ ଷଡ଼ଯନ୍ତ୍ରକାରୀଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଆବଶ୍ୟକ ପଡ଼ିଲେ କେନ୍ଦ୍ର ସରକାରଙ୍କ ସହାୟତା ପାଇଁ ଚିଠି ଲେଖିବେ ବୋଲି କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି। ସେପଟେ ମୟୂରଭଞ୍ଜର ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ କହିଛନ୍ତି ଯେ, ଜଙ୍ଗଲ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେବା ଦରକାର। ପରିବେଶ ନଷ୍ଟ ହେଲେ ପାଣିପାଗ ପ୍ରଭାବିତ ହେବ। ଦଣ୍ଡ ନୁହେଁ, ଏ ବାବଦରେ ଲୋକଙ୍କୁ ସଚେତନ କରାଯିବା ଆବଶ୍ୟକ। ନିଆଁ ଲାଗିବା ଯୋଗୁ ପଶୁପକ୍ଷୀ ଓ ଆଖପାଖର ଲୋକ ପ୍ରଭାବିତ ହେବା ଆଶଙ୍କା ରହିଥିବା ମହାରାଣୀ କହିଛନ୍ତି।
ସୂଚନାଯୋଗ୍ୟ, ମୟୂରଭଞ୍ଜର ରାଜଜେମା ଅକ୍ଷିତା ମଞ୍ଜରୀ ଭଞ୍ଜଦେଓ ଟୁଇଟ୍‌ କରିବା ପରେ ପ୍ରଥମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଜାଭଡେକର ଟୁଇଟ୍‌ କରି ଉଦ୍‌ବେଗ ପ୍ରକାଶ କରିଥିଲେ। ଏ ଦିଗରେ ତ୍ୱରିତ ପଦକ୍ଷେପ ନେବା ସହିତ ରିପୋର୍ଟ ଦେବା ପାଇଁ ଜାଭଡେକର ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନବିକ୍ରି ସମସ୍ୟା ଅସମାହିତ, ଆନ୍ଦୋଳନ ତୀବ୍ର: ପାକ୍ସ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

ବରଗଡ଼/ଭେଡ଼େନ,୧୨।୩(ପ୍ରେମାନନ୍ଦ ଖମାରୀ/ହୃଷୀକେଶ ଖମାରୀ):ବରଗଡ଼ ଜିଲାରେ ରବି ଧାନ କିଣାବିକା ପାଇଁ ମଙ୍ଗଳବାରରୁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ ଜିଲାର ଅନେକ ଚାଷୀ ଖରିଫ୍‌ରେ…

ଯୁଦ୍ଧ ଭିତରେ ପାକିସ୍ତାନକୁ ନେଇ ଆମେରିକା କଲା ବଡ଼ ଘୋଷଣା, ବିଶ୍ୱରେ ପଡିଗଲା ଚହଳ!

ଓ଼୍ବାଶିଂଟନ,୧୨।୩: ଇରାନରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକା ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଆମେରିକାର ବୈଦେଶିକ ବିଭାଗ ପାକିସ୍ତାନର ପେଶାୱରରେ ଥିବା ଆମେରିକୀୟ କନସୁଲେଟ…

ଭାରତକୁ ଫେରୁଥିବା ଜାହାଜ ଉପରେ ବଡ଼ ଆଟାକ୍‌, ଅନେକ ଭାରତୀୟଙ୍କ…

ନୂଆଦିଲ୍ଲୀ,୧୨।୩: ପଶ୍ଚିମ ଏସିଆରେ ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷରେ ଦୁଇଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ଜଣେ ନିଖୋଜ ଅଛନ୍ତି। ଭାରତ…

ପ୍ରେମିକଙ୍କୁ ବିବାହ କଲେ ଭାଇରାଲ ଗର୍ଲ ମୋନାଲିସା: ବାପାଙ୍କ ନାଁରେ ଆଣିଲେ ସାଂଘାତିକ ଅଭିଯୋଗ

ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି। ସେ ପ୍ରେମିକ ଫରମାନ ଖାନଙ୍କୁ ବିବାହ କରିଛନ୍ତି। ମୋନାଲିସା ଅରୁମାନୁର ମନ୍ଦିରରେ ଫରମାନଙ୍କୁ ବିବାହ କରିଥିଲେ।…

ଯୁଦ୍ଧ ଭିତରେ ଚାଇନା ପାଇଁ ଭାରତ କଲା ଏମିତି କାମ, କାବା ହେଇଗଲେ ଟ୍ରମ୍ପ!

ନୂଆଦିଲ୍‌ଲୀ,୧୨।୩: ନୂଆଦିଲ୍ଲୀର ନିବେଶ ସଚିବ କହିଛନ୍ତି ଯେ ଭାରତ ଏକ ଫାଷ୍ଟ-ଟ୍ରାକ ଅନୁମୋଦନ ବ୍ୟବସ୍ଥା ମାଧ୍ୟମରେ ଅଧିକ କ୍ଷେତ୍ରରେ ଚାଇନା ନିବେଶକୁ ଅନୁମତି ଦେବ। ଅମରଦୀପ ସିଂହ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଯୁଦ୍ଧ ଭିତରେ ଭାରତକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ, ଚମକି ପଡିଲା ଚାଇନା

ନୂଆଦିଲ୍‌ଲୀ,୧୨।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ତାର ଶକ୍ତି ଯୋଗାଣକୁ ସୁରକ୍ଷିତ ରଖିବା ପାଇଁ ରୁଷିଆରୁ ତୈଳ କ୍ରୟ ପୁନଃ ଆରମ୍ଭ କରିବାକୁ ନିଷ୍ପତ୍ତି…

ଫିଫା ବିଶ୍ୱକପ୍‌ରୁ ଓହରିଲା ଇରାନ

ତେହରାନ୍‌ ,୧୧ା୩: ଇରାନ କ୍ରୀଡ଼ା ମନ୍ତ୍ରୀ ଅହମ୍ମଦ ଡୋନିଆମାଲି ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଇରାନ ଫୁଟବଲ ଦଳ 2026 ଫିଫା ବିଶ୍ୱକପ ଖେଳିବ ନାହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri