Categories: ଜାତୀୟ

୧୦୦ ବର୍ଷ ପୁରୁଣା ପାଣି ଟାଙ୍କିର ମରାମତି କାର୍ଯ୍ୟ ଆରମ୍ଭ: ଖର୍ଚ୍ଚ ହେବ ୧ କୋଟି ୮୦ଲକ୍ଷ ଟଙ୍କା

ଶିମଲା,୮।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମଲାର ଐତିହାସିକ ରିଜ ମୈଦାନରେ ଅବସ୍ଥିତ ୧୦୦ ବର୍ଷ ପୁରୁଣା ଜଳ ସଂରକ୍ଷଣ ଟ୍ୟାଙ୍କର ମରାମତି କାମ ଆରମ୍ଭ ହୋଇଛି। ଟ୍ୟାଙ୍କରେ ଆସିଥିବା ଫାଟକୁ ପୂରଣ କରିବା ପାଇଁ ଟ୍ୟାଙ୍କକୁ ବ୍ୟାରିକେଡ କରିଛି। ସୁଇଜରଲ୍ୟାଣ୍ଡର ଏକ ପ୍ରସିଦ୍ଧ କମ୍ପାନୀ ଟ୍ୟାଙ୍କର ମରାମତି କାର୍ଯ୍ୟ କରିବ। ଏଥିତ୍ପାଇଁ ପ୍ରାୟ ୧ କୋଟି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ବ୍ରିଟିଶ ଯୁଗର ଜଳ ସଂରକ୍ଷଣ ଟାଙ୍କିରେ ପ୍ରାୟ ୫ ଏମ୍‌ଏଲ୍‌ଡି ଜଳ ସଂରକ୍ଷଣ କରିବାର କ୍ଷମତା ରହିଛି। ଟ୍ୟାଙ୍କ ଭିତରେ ନଅଟି ଚାମ୍ବର ଅଛି, ଚାରୋଟି ଚାମ୍ବରରେ ଫାଟ ସୃଷ୍ଟି ହୋଇଛି। ୨୦୧୭ରେ ପ୍ରଥମ ଥର ପାଇଁ ଟାଙ୍କି ସଫା କରିବା ସମୟରେ ଟାଙ୍କି ଭିତରେ ଫାଟ ସୃଷ୍ଟି ହୋଇଥିଲା।

Share