Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଭୋ ଭୋ ହୋଇ କାନ୍ଦିଲେ ବୃଦ୍ଧା, ଜାଣନ୍ତୁ କାହିଁକି

ଶିମଲା,୨୮।୮:ହିମାଚଳ ପ୍ରଦେଶର ଶିମ୍‌ଲା ନଗର ନିଗମ(ଏମ୍‌ସି ଶିମ୍‌ଲା)ର କାର୍ଯ୍ୟକାରିତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଅଭିଯୋଗ ହୋଇଛି ଯେ ଏମସି କର୍ମଚାରୀ ଜଣେ ବୃଦ୍ଧ ମହିଳାଙ୍କ ଘର ଭାଙ୍ଗି ଦେଇଛନ୍ତି। ବେଆଇନ ଭାବେ ଘର କରି ରହିଥିବା ଯୋଗୁ ତାଙ୍କ ଭଙ୍ଗା ଯାଇଥିବା ଏମସି କର୍ମଚାରୀମାନେ କହିଛନ୍ତି। ଏହି ଘଟଣା ପରେ ବୃଦ୍ଧ ମହିଳା ରାଜୋ ଦେବୀ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ପାଖରେ ପହଞ୍ଚି ଭୋ ଭୋ ହୋଇ କାନ୍ଦି ନିଜ ଗୁହାରି ଶୁଣାଇଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ମହିଳାଙ୍କ ଅଭିଯୋଗ ଶୁଣି ସମାଧାନ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରାଜୋ ଦେବୀ କହିଛନ୍ତି ଯେ ତାଙ୍କ ନିକଟରେ ଢିଙ୍ଗୁ ମାତା ମନ୍ଦିର ନିକଟରେ ଏକ ଆଶ୍ରୟସ୍ଥଳ ଥିଲା, ଯାହା ତାଙ୍କ ନିକଟରେ ରହିବାର ଏକମାତ୍ର ମାଧ୍ୟମ ଥିଲା। କିନ୍ତୁ ଏହା ବେଆଇନ ଥିବା ହେତୁ ତାକୁ ନଗର ନିଗମ ଭାଙ୍ଗିଦେଲା। ସେ ଭୂମିହୀନ, ତାଙ୍କୁ ସହରରେ ଜମି ଯୋଗାଇଦେବା ନିୟମ ରହିଛି। କିନ୍ତୁ ଏନେଇ କାହା ଦୃଷ୍ଟି ନ ଥିବା ସେ କହିଛନ୍ତି।

Share