Categories: ଜାତୀୟ

ମୋଦି ଭଗବାନ ଶିବଙ୍କ ଅବତାର: ଭାଜପା ମନ୍ତ୍ରୀ

ଶିମଲା,୧୨।୩ ହିମାଚଳ ପ୍ରଦେଶର ନଗର ଉନ୍ନୟନ ମନ୍ତ୍ରୀ ସୁରେଶ ଭରଦ୍ୱାଜ ଶିମଲା ରାମ ମନ୍ଦିରରେ ଶିବରାତ୍ରୀ ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶିବ ଅବତାର ବୋଲି କହିଛନ୍ତି। ସେ କହିଛନ୍ତି ଯେ ୨୦୧୯ରେ ନିର୍ବାଚନ ଫଳାଫଳ ଆସିବାର ୨ ଦିନ ପୂର୍ବରୁ, ସେ କେଦାରନାଥ ଗୁମ୍ଫାରେ ୨ ଦିନ ବିତାଇଥିଲେ ଏବଂ ତାଙ୍କୁ ଶିବଙ୍କର ଆଶୀର୍ବାଦ ମିଳିଥିଲା। କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏହି ରୋଗର ମୁକାବିଲା କରିଥିବାରୁ ତାଙ୍କୁ ବିଶ୍ୱରେ ଜଣେ ଦକ୍ଷ ନେତା ଭାବରେ ଦେଖାଯାଉଛି। ତେଣୁ ତାଙ୍କ ଉପରେ ଭଗବାନ ଶିବଙ୍କର ଆଶୀର୍ବାଦ ଥିବା ଏସବୁ ସମ୍ଭବ ହୋଇପାରୁଥିବା ସୁରେଶ କହିଛନ୍ତି।

Share