ଭୁବନେଶ୍ୱର/ବାରିପଦା,୩।୮(ଅସମାପିକା ସାହୁ/ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲାର ଶିମିଳିପାଳ ଅଭୟାରଣ୍ୟ ଓ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ସୁରକ୍ଷା ଦେବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଜଏଣ୍ଟ ଟାସ୍କ ଫୋର୍ସ(ଜେଟିଏଫ୍) ଗଠନ କରାଯାଇଛି। ଏନେଇ ବିଧିବଦ୍ଧ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ୨ ବନ କର୍ମଚାରୀଙ୍କୁ ଶିକାରୀମାନେ ଗୁଳିକରି ହତ୍ୟା କରିବା ପରେ ବନ ବିଭାଗ ଏଭଳି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି। ସଶସ୍ତ୍ର ଶିକାରୀଙ୍କୁ ମୁକାବିଲା କରିବାରେ ଏହି ଟିମ୍ ବଡ଼ ଦାୟିତ୍ୱ ତୁଲାଇବ। ଟାସ୍କ ଫୋର୍ସରେ ୧୦୦ ସଶସ୍ତ୍ର ପୋଲିସ କନ୍ଷ୍ଟେବଲ, ୩ ରେଞ୍ଜ ଅଫିସର, ୬ ଫରେଷ୍ଟର ଓ ୮୧ଜଣ ଫରେଷ୍ଟ ଗାର୍ଡଙ୍କୁ ସାମିଲ କରାଯାଇଛି। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ(ଆର୍ସିସିଏଫ୍) ଟାସ୍କ ଫୋର୍ସର ଅଧ୍ୟକ୍ଷ ରହିଛନ୍ତି। ସେହିପରି ବାରିପଦା, କରଞ୍ଜିଆ, ରାଇରଙ୍ଗପୁର ବନଖଣ୍ଡ ଅଧିକାରୀଙ୍କ ସମେତ ଶିମିଳିପାଳ ଉତ୍ତର ବନଖଣ୍ଡର ଉପନିର୍ଦ୍ଦେଶକ, ମୟୂରଭଞ୍ଜର ଅତିରିକ୍ତ ଏସ୍ପି କିମ୍ବା ଡିଏସ୍ପି ର଼୍ୟାଙ୍କ୍ର ପୋଲିସ ଅଧିକାରୀ ଓ ଶିମିଳିପାଳ ସାଉଥ୍ ଜୋନ୍ର ସହକାରୀ ବନ ସଂରକ୍ଷକ ଏଥିରେ ପ୍ରମୁଖ ସଦସ୍ୟ ରହିଛନ୍ତି।
ଶିମିଳିପାଳ ମହାବଳ ବାଘଙ୍କ ଉତ୍ତମ ପ୍ରଜନନ ସ୍ଥାନ ହୋଇଥିବାରୁ ଏଠାରେ ବାଘ ସଂଖ୍ୟା ବୃଦ୍ଧି ପାଉଛି। ଅନ୍ୟପକ୍ଷରେ କଲରାପତରିଆ ବାଘ ସଂଖ୍ୟା କମିବାରେ ଲାଗିଛି। ଅଭୟାରଣ୍ୟରେ ବାଘ ଶିକାର ବନ୍ଦ ହେଉ ନ ଥିବାରୁ ଯେଉଁ ଅନୁସାରେ ବାଘ ସଂଖ୍ୟା ବଢ଼ିବା କଥା ତାହା ହେଉନାହିଁ। ବିଶେଷକରି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ମହାବଳ, କଲରାପତରିଆ ବାଘ ଓ ହାତୀ ଶିକାର ବର୍ଷ ତମାମ ଲାଗି ରହୁଛି। ଶିକାରୀମାନେ ଶକ୍ତିଶାଳୀ ହୋଇଉଠିବା ସହ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଏହି ବେଆଇନ କାର୍ଯ୍ୟ ଚଳାଇଥିବାବେଳେ ସୁରକ୍ଷା ଦାୟିତ୍ୱରେ ଥିବା ବନ ଅଧିକାରୀ ଓ କର୍ମଚାରୀ ବିନା ଅସ୍ତ୍ରରେ ସେମାନଙ୍କୁ ମୁକାବିଲା କରିପାରୁ ନାହାନ୍ତି କି ଅଭୟାରଣ୍ୟ ଓ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାରେ ସକ୍ଷମ ହେଉନାହାନ୍ତି। ଅଭୟାରଣ୍ୟରେ ବାଘ ସଂଖ୍ୟା ବଢ଼ାଇବା ଓ ସଂରକ୍ଷଣ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ(ଏନ୍ଟିସିଏ) ବାର୍ଷିକ ୧୨ ରୁ ୧୩ କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଗତ ୧୨ ବର୍ଷ ଭିତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ସାରିଲେଣି। ହେଲେ ଶିକାରୀଙ୍କ ରାଜ୍ ଅଭୟାରଣ୍ୟ ଓ ବନ୍ୟପ୍ରାଣୀଙ୍କ ପାଇଁ ବଡ଼ ବିପଦ ସାଜିଛି। କିଛିଦିନ ତଳେ ପାଟ୍ରୋଲିଂବେଳେ ଶିକାରୀ ଗୁଳିରେ ଦୁଇ ବନପାଳଙ୍କ ମୃତ୍ୟୁ ହେବା ପରେ ଚିନ୍ତା ବଢ଼ିଛି। ପୂର୍ବରୁ ସରକାର ବହୁ ପଦକ୍ଷେପ ନେଇଥିଲେ ମଧ୍ୟ ଅଭୟାରଣ୍ୟ ଓ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାରେ ବନ ବିଭାଗ ବିଫଳ ହୋଇଛି। ଏବେ ନବଗଠିତ ଜେଟିଏଫ୍ ଅଭୟାରଣ୍ୟକୁ କେତେ ସୁରକ୍ଷା ଦେବ ତାହାକୁ ନେଇ ମଧ୍ୟ ନାନା ଆଲୋଚନା ଚାଲିଛି।
Posted inଆମ ଜିଲା ଖବର, ମୟୂରଭଞ୍ଜ, ମେଟ୍ରୋ, ରାଜ୍ୟ View All
ଚନ୍ଦ୍ରଗିରି ଯାଉଥିବା ବେଳେ ଟ୍ରକକୁ ପଛପଟୁ ଧକ୍କା ଦେଲା ଆକ୍ଟିଭା
ମୋହନା, ୨୭ା୩(ମନ୍ମଥ ମିଶ୍ର): ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଏକ ଟ୍ରକରେ ଦ୍ରୁତ ଗତିରେ ଆସୁଥିବା ଏକ ଆକ୍ଟିଭା (ଓଆର ୦୭ଏନ-୪୯୬୫) ପଛପଟୁ ଧକ୍କା ଦେଇଥିଲା। ଫଳରେ…
ଘରୋଇ ହିଂସାରୁ ମହିଳାଙ୍କୁ କିପରି ସୁରକ୍ଷା ଦେବ ଆଇନ
ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି (ଟିଏଲଏସସି )ପକ୍ଷରୁ ଗୁରୁବାର ସ୍ଥାନୀୟ ମିଶନ ଶକ୍ତି ଭବନ ପରିସରରେ ଏକ ଆଇନ…
ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଦିଗପହଣ୍ଡି: ଯୋଗଦେଲେ ଡ.ସିଦ୍ଧାନ୍ତ ମହାପାତ୍ର, ବିଶ୍ବହିନ୍ଦୁ ପରିଷଦ….
ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଆଜି ପବିତ୍ର ଶ୍ରୀରାମ ନବମୀ। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଚଳଚଞ୍ଚଳ ହୋଇ ଉଠିଛି। ତେବେ ଗୁରୁବାର ସାରେ ଶ୍ରୀରାମ ନବମୀ…
ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ
ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…
ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା
ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…
ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ
ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…
ଭାରତ୍ତୋଳନରେ ଦୀପାରାଣୀଙ୍କୁ ରୌପ୍ୟ
ଚିକିଟି, ୨୭ା୩ (ପ୍ରକାଶ ଚନ୍ଦ୍ର ସାହୁ ): ଛତିଶଗଡ ରାଇପୁର ସ୍ଥିତ ପଣ୍ଡିତ ରବି ଶଙ୍କର ବିଶ୍ୱ ବିଦ୍ୟାଳୟର ଖେଳ ପଡ଼ିଆ ପରିସରରେ ଗୁରୁବାର ଜାତୀୟସ୍ତରୀୟ ଉଦ୍ଘାଟିତ…
କମିବ ତାପମାତ୍ରା; ଘୂର୍ଣ୍ଣିବଳୟ ପ୍ରଭାବରେ ୧ ଯାଏ ଝଡ଼ବର୍ଷା
ଭୁବନେଶ୍ୱର, ୨୭।୩(ବନ୍ଦନା ସେଠୀ): ବର୍ତ୍ତମାନ ଉପର ବାୟୁ ଘୂର୍ଣ୍ଣିବଳୟ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସମୁଦ୍ର ପତ୍ତନଠାରୁ ୧.୫ କି.ମି. ପର୍ଯ୍ୟନ୍ତ ବ୍ୟାପିିଛି।…
Archives

