ଶିମିଳିପାଳର ଆକର୍ଷଣ ଯୋରନ୍ଦା ଜଳପ୍ରପାତ

ବାରିପଦା ଅଫିସ,୨୪।୮: ବିଶ୍ୱ ବିଖ୍ୟାତ ଶିମିଳିପାଳ ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ। ଏଠାକାର ସବୁଜ ପାହାଡ଼ରୁ ଝରି ପଡୁଥିବା ଜଳପ୍ରପାତର ମନୋରମ ଦୃଶ୍ୟକୁ ଦେଖି ଲୋକେ ବେଶ ଆନନ୍ଦିତ ହୋଇଥାନ୍ତି। ଏହି ଭଳି ଏକ ଦୃଶ୍ୟକୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣର ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡ଼ା ଟୁଇଟରରେ ଛାଡ଼ିଛନ୍ତି ା ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଯୋରନ୍ଦା ଜଳପ୍ରପାତରୁ ନିର୍ଗତ ଜଳ ବେଶ ଆକର୍ଷଣୀୟ ହୋଇଛି। ବର୍ଷ ତମାମ ଏହି ପ୍ରପାତରେ ଅଳ୍ପ ପାଣି ଝରୁଥିବା ବେଳେ ବର୍ଷା ଦିନେ ଏହା ବୃଦ୍ଧି ପାଇଥାଏ। ଲଘୁଚାପ ଜନିତ ବର୍ଷା ଯୋଗୁ ଶିମିଳିପାଳରେ ପାଖାପାଖି ୨ଶହ ମି.ମି. ବର୍ଷା ରେକର୍ଡ କରାଯାଇଛି। ମାତ୍ରାଧିକ ବର୍ଷା ଯୋଗୁ ଏହି ଜଳପ୍ରପାତରେ ପଡୁଥିବା ଜଳ ମାଟିଆ ରଙ୍ଗ ଧାରଣ କରିଛି। କଚାଡି ହୋଇ ପଡୁଥିବା ଜଳରୁ ବାଷ୍ପ ହୋଇ ମେଘମାଳା ସହିତ ମିଶି ଯାଉଥିବା ଦୃଶ୍ୟ ଅତ୍ୟନ୍ତ ମନମୁଗ୍ଧକର। ବର୍ଷା ଦିନେ ଅଭୟାରଣ୍ୟ ବନ୍ଦ ଥିବାରୁ ଏଭଳି ଦୃଶ୍ୟକୁ ଉତ୍ତୋଳନ କରି ପର୍ଯ୍ୟଟକଙ୍କୁ ଦେଖିବାରୁ ସୁଯୋଗ ପ୍ରଦାନ କରାଯାଇଛି।