ଫେରିବେ ଶିଳ୍ପା

ମୁମ୍ବାଇ: ବଲିଉଡ୍ ନାୟିକା ଶିଳ୍ପା ସେଟ୍ଟି ବେଶ୍ କିଛି ଦିନର ବିରତି ପରେ ପୁଣି ବଡ ପରଦାକୁ ଫେରିବେ । ଫିଲ୍ମ ‘ହଙ୍ଗାମା ୨’ ମାଧ୍ୟମରେ ସେ ପୁଣିଥରେ ପଡ ପରଦାକୁ ଫେରୁଛନ୍ତି । ଏହି ଫିଲ୍ମର ଶୁଟିଂ ପୁଣିଥରେ ଆରମ୍ଭ ହୋଇଛି । କଳାକାର ଫିଲ୍ମର ଟାଇଟେଲ ଟ୍ରାକ୍ ଶୁଟ୍ କରିବାରେ ବ୍ୟସ୍ତ ଅଛନ୍ତି । ନିକଟରେ ପରେଶ ରାୱଲ, ଶିଳ୍ପା ସେଟ୍ଟି କୁନ୍ଦ୍ରା, ମିଜାନ ଜାଫରି ଓ ପ୍ରଣିତା ସୁଭାଷଙ୍କ ସହିତ ଅନ୍ୟ କଳାକାରମାନେ ପପ୍ପି ଗୀତର ଶୁଟିଂ କରିଛନ୍ତି । ଏହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଶିଳ୍ପା ସେଟ୍ଟି ନିକଟରେ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ସେଟ୍‌କୁ ଫେରିଥିବା ଘୋଷଣା କରିଥିଲେ । ଏହାବି ଲେଖିଥିଲେ କି ଶୁଟିଂ ପୂର୍ବରୁ ତାଙ୍କର କରୋନା ଟେଷ୍ଟ କରାଯାଇଛି । ଏହି ଫିଲ୍ମ ହଙ୍ଗାମା ଫ୍ରାଞ୍ଚାଇଜର ଦ୍ୱିତୀୟ ଫିଲ୍ମ ଯାହା ୨୦୦୩ରେ ଆରମ୍ଭ ହୋଇଥିଲା । ନୂଆ ଫିଲ୍ମର ଶୁଟିଂ ଗତ ବର୍ଷରୁ ଆରମ୍ଭ ହୋଇଥିଲା । ହେଲେ କରୋନା ଲକ୍‌ଡାଉନ ପାଇଁ ଏହାକୁ ବନ୍ଦ କରି ଦିଆଯାଇଥିଲା । ୨୦୦୩ର ହଙ୍ଗାମାରେ ଅକ୍ଷୟ ଖାନ୍ନା, ପରେଶ ରାୱଲ, ଆଫତାବ ଶିବଦାସନି ଓ ରିମି ସେନ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଗତବର୍ଷ ନୂଆ ଫିଲ୍ମର ପୋଷ୍ଟର ରିଲିଜ୍ ହୋଇଥିବା ବେଳେ ଏଥିରେ ଶିଳ୍ପାଙ୍କ ଲୁକ୍ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା ।

Share