ଶିଳ୍ପା ଶେଟ୍ଟୀଙ୍କ ପୁଅ ଭିଆନ ଭଉଣୀ ପାଇଁ ତିଆରି କଲେ କେକ୍‌

ମା’ ହେବାର ଅନୁଭବ ସବୁ ମହିଳାଙ୍କ ପାଇଁ ସ୍ବତନ୍ତ୍ର। ଅଧିକାଂଶ ମହିଳା ସେମାନଙ୍କର ପ୍ରଥମ ସନ୍ତାନ ଭାବେ ପୁଅ ଚାହିଁଥାନ୍ତି। ହେଲେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ସବୁବେଳେ ଝିଅ ଚାହୁଁଥିଲେ। କିନ୍ତୁ ତାହା ହୋଇପାରିଲା ନାହିଁ। ପ୍ରଥମ ସନ୍ତାନ ଭାବେ ତାଙ୍କର ପୁଅ ଭିଆନ୍‌ ଜନ୍ମ ହେଲେ। ମାତ୍ର ତାଙ୍କର ଦ୍ୱତୀୟ ସନ୍ତାନ ଝିଅ ସମିଶା ଜନ୍ମ ନେଲେ। ନିକଟରେ ଶିଳ୍ପା ନିଜର ଇନ୍‌ଷ୍ଟାଗ୍ରାମ୍‌ରେ ଏକ କୋକ୍‌ର ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ପୁଅ ଭିଆନ୍‌ କେକ୍‌ ତିଆରି କରୁଥିବା ବେଳେ ଶିଳ୍ପ ଭିଡିଓ ରେକର୍ଡି କରିଛନ୍ତି। ସେ ପୁଅକ କେକ୍‌ ବନାଇବା ଶିଖାଉଛନ୍ତି। ଏହି ଭିଡିଓ ମାଧ୍ୟମରେ ଶିଳ୍ପା ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି। ସେ ଲେଖିଛନ୍ତି, ଭାଇ-ଭଉଣୀ ପ୍ରେମ ଅତ୍ୟନ୍ତ ସ୍ବତନ୍ତ୍ର। ସେପ୍ଟେମ୍ବର ୨୭ ଡଟର୍ସ ଡେ। ସମିଶାର ପ୍ରଥମ ଝିଅ ଦିବସ। ତେଣୁ ଭିଆନ ଏହି ସପ୍ତାହକୁ ବ୍ରାଉନି କେକ୍‌ ଖାଇ ଝିଅ ଦିବସ ପାଳନ କରୁଛି ବୋଲି ଶିଳ୍ପା ଲେଖିଛନ୍ତି।

Share