ଶିଳ୍ପାଙ୍କ ବନ୍ଧୁ ଥିଲେ ଟ୍ବିଙ୍କଲ ଖାନ୍ନା, ଯାହାଙ୍କୁ ଲୁଚିଲୁଚି ପ୍ରେମ କରୁଥିଲେ ଅକ୍ଷୟ; ଜାଣିବା ପରେ ପାଗେଳି ପ୍ରାୟ ହୋଇଯାଇଥିଲେ…

ବମ୍ବେ: ବଲିଉଡ୍‌ର ଖିଲାଡି ବୟ ଅକ୍ଷୟ କୁମାରଙ୍କ ନାମ ଏକାଧିକ ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇଛି। ତନ୍ବଧ୍ୟରୁ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଜଣେ। ଚଳଚ୍ଚିତ୍ର ‘ବାଜିଗର’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିବା ଶିଳ୍ପା ୧୯୯୪ରେ ‘ମେ ଖିଲାଡି ତୁ ଅନାଡ଼ି’ରେ ଅକ୍ଷୟଙ୍କ ନାୟିକା ସାଜିଥିଲେ। ସେତେବେଳେ ଉଭୟଙ୍କ ପ୍ରେମ ବି-ଟାଉନ୍‌ର ସବୁଠାରୁ ଚର୍ଚ୍ଚିତ ଖବର ଥିଲା।

ରବିନା ଟଣ୍ଡନଙ୍କ ସହ ବ୍ରେକ୍‌ଅପ୍‌ ପରେ ଅକ୍ଷୟଙ୍କ ଜୀବନରେ ଆସିଥିଲେ ଶିଳ୍ପା। ଉଭୟ ଏକାଧିକ ସୁପରହିଟ୍‌ ଫିଲ୍ମରେ କାମ କରିଥିଲେ। ଏହି ସମୟରେ ଅକ୍ଷୟ ଶିଳ୍ପାଙ୍କୁ ଛାଡ଼ି ଲୁଚିଲୁଚି ତାଙ୍କ ବନ୍ଧୁ ଟ୍ବିଙ୍କଲ ଖାନ୍ନାଙ୍କୁ ଡେଟ୍‌ କରୁଥିଲେ। ଫିଲ୍ମ ‘ଧଡକନ୍‌’ ଶୁଟିଂ ବେଳେ ଶିଳ୍ପାଙ୍କୁ ଏହା ଜଣାପଡ଼ିଥିଲା। ଶିଳ୍ପା ଏଥିରେ ଭାଙ୍ଗିପଡ଼ିବା ସହ ଅକ୍ଷୟଙ୍କ ସହ ବ୍ରେକ୍‌ଅପ୍‌ କରିନେଇଥିଲେ। ହେଲେ ଚଳଚ୍ଚିତ୍ରର ଶୁଟିଂ ସମ୍ପୂର୍ଣ୍ଣ କରିଥିଲେ।

ଏକ ସାକ୍ଷାତକାରରେ ଅକ୍ଷୟଙ୍କ ସହ ବ୍ରେକ୍‌ଅପ୍‌କୁ ନେଇ ଶିଳ୍ପା ଅନେକ କିଛି କହିଥିଲେ। କାରଣ ଏଥିଯୋଗୁ ସେ ମାନସିକ ସନ୍ତୁଳନ ହରାଇ ବସିଥିଲେ। ପାଗେଳୀ ପ୍ରାୟ ହୋଇଯାଇଥିଲେ। ହେଲେ ଶିଳ୍ପାଙ୍କ ମାତାପିତା ସବୁକିଛି ଭୁଲିଯିବା ପାଇଁ ଅଭିନେତ୍ରୀଙ୍କୁ ବୁଝାଉଥିଲେ। ହେଲେ ଅଭିନେତ୍ରୀ ଅକ୍ଷୟଙ୍କୁ କ୍ଷମା କରିବାକୁ ଚାହୁଁ ନ ଥିଲେ। ଅଭିନେତା ତାଙ୍କ ସହ ଖେଳ ଖେଳିଛନ୍ତି ବୋଲି ମନେ ହେଉଥିଲା। କାରଣ ଅନ୍ୟ କେହି ମିଳିଯିବା ପରେ ସେ ସହଜରେ ଶିଳ୍ପାଙ୍କୁ ଛାଡ଼ି ଦେଇଥିଲେ। କିଭଳି ଭାବେ ଜଣେ ପ୍ରେମିକ ହିସାବରେ ଏତେବଡ଼ ଧୋକା ଦେଇପାରନ୍ତି ଶିଳ୍ପା ତାହା ଭାଳି ହେଉଥିବା କହିଥିଲେ।

ଏବେର କାହାଣୀକୁ ଯଦି ଦେଖାଯାଏ ତେବେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ବିବାହ କରି ବେଶ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ଶିଳ୍ପା। ସେହିଭଳି ଅକ୍ଷୟ ଟ୍ବିଙ୍କିଲଙ୍କ ଜୀବନସାଥୀ ପାଲଟିଛନ୍ତି। ଉଭୟଙ୍କ ଦାମ୍ପତ୍ୟ ଜୀବନ ସୁରୁଖୁରୁରେ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri