୪୦୦୦ କୋଟି ସମ୍ପତ୍ତିର ମାଲିକ ହେଉଛନ୍ତି ରାଜ କୁନ୍ଦ୍ରା! ପ୍ରାଇଭେଟ୍‌ ଜେଟ୍‌ଠାରୁ ଆରମ୍ଭ କରି ବୁର୍ଜ ଖଲିଫାରେ ଫ୍ଲାଟ ଯାଏ…

ବମ୍ବେ: ଅଶ୍ଳିଳ ଭିଡିଓ ପ୍ରସ୍ତୁତି ମାମଲାରେ ଛନ୍ଦି ହୋଇ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା। ଏବେ ବିବାଦରେ ଫସିଥିବା ରାଜ୍‌ ନଅଟି କମ୍ପାନୀର ମାଲିକ। ସେ ଗିରଫ ହେବା ପରଠାରୁ ପ୍ରଶ୍ନ ଘେରରେ ତାଙ୍କ ସମ୍ପତ୍ତି, ମୋଟ ଜମା ଏବଂ ବ୍ୟବସାୟ। ଆସନ୍ତୁ ବିସ୍ତୃତ ଭାବେ ଜାଣିବା ରାଜ୍‌ଙ୍କ ସମ୍ପତ୍ତି କେତେ…

ଜୁହୁ ବଙ୍ଗଳା: ଶିଳ୍ପା ମୁମ୍ବାଇରେ ଏକ ବଙ୍ଗଳାର ମାଲିକ। ରାଜ କୁନ୍ଦ୍ରା ତାଙ୍କ ସ୍ତ୍ରୀଙ୍କୁ ମହଙ୍ଗା ଉପହାର ଦେଉଥିବାରୁ ଭାରତର ପ୍ରାୟ ଅଧିକାଂଶ ସହରରେ ତାଙ୍କର ଘର ରହିଛି। ଅଭିନେତ୍ରୀ ଓ ତାଙ୍କ ପରିବାର ଜୁହୁ ବଙ୍ଗଳାରେ ଏକାଠି ରୁହନ୍ତି।

ବୁର୍ଜ ଖଲିଫା ଆପାର୍ଟମେଣ୍ଟ: ଶିଳ୍ପାଙ୍କ ବୁର୍ଜ ଖଲିଫାରେ ଏକ ଆପାର୍ଟମେଣ୍ଟ ରହିଛି। ଦୁନିଆର ସବୁଠାରୁ ଉଚ୍ଚ ଅଟ୍ଟାଳିକାରେ ରାଜ ତାଙ୍କ ସ୍ତ୍ରୀ ଶିଳ୍ପାଙ୍କ ପାଇଁ ଏକ ଫ୍ଲାଟ୍‌ କିଣିଛନ୍ତି। ୧୯ ମହଲାରେ ଥିବା ଏହି ଆପାର୍ଟମେଣ୍ଟ ବଲିଉଡ୍‌ ଇତିହାସରେ ଦିଆଯାଇଥିବା ସବୁଠାରୁ ମହଙ୍ଗା ବିବାହ ବାର୍ଷିକୀ ଉପହାର ମଧ୍ୟରୁ ଗୋଟିଏ। କିନ୍ତୁ ପରେ ପରିବାର ପାଇଁ ଏହା ବହୁତ ଛୋଟ ଥିବାରୁ ସେ ଏହାକୁ ବିକ୍ରି କରିଦେଇଥିବା ଜଣାପଡ଼ିଛି।

ଇଂଲଣ୍ଡର ସମ୍ପତ୍ତି:
ୟୁକେରେ ରାଜ୍‌ ଓ ଶିଳ୍ପାଙ୍କ ଏକ ବିଶାଳ ସାତ ବଖରା ଘର ଥିବା ସମ୍ପତ୍ତି ରହିଛି। ବୁଲିବାକୁ ଭଲ ପାଉଥିବାରୁ ଶିଳ୍ପା ସାଧାରଣତଃ ଛୁଟି କଟାଇବାକୁ ୟୁକେ ଘରକୁ ଯାଇଥାନ୍ତି।

ପ୍ରାଇଭେଟ୍‌ ଜେଟ: ଶିଳ୍ପା ଓ ରାଜ ଏକ ଘରୋଇ ଜେଟ୍‌ର ମାଲିକ। ଅଭିନେତ୍ରୀ ଏବଂ ତାଙ୍କ ସ୍ବାମୀ ପ୍ରାୟତଃ ସେମାନଙ୍କ ଜେଟ୍‌ରୁ ଫଟୋ ଶେୟାର କରିଛନ୍ତି।

କାର କଲେକ୍ସନ:
ଅଭିନେତ୍ରୀ ଶିଳ୍ପା କାର୍‌ କାର୍‌କୁ ବହୁତ ଭଲ ପାଆନ୍ତି। ତାଙ୍କର ଅନେକ ବିଳାସପୂର୍ଣ୍ଣ କାର ରହିଛି। ଲମ୍ବୋର୍ଗିନିଠାରୁ ଆରମ୍ଭ କରି ବିଏମ୍‌ଡବ୍ଲୁ ଭଳି ଦାମୀ କାର୍‌ ତାଙ୍କ ପାଖରେ ରହିଛି।

ଏକ ରିପୋର୍ଟ ଅନୁଯାୟୀ, କୁନ୍ଦ୍ରା ୪୦୦୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକ। ୨୦୦୯ରେ ସେ ଶିଳ୍ପାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ୨୦୧୨ରେ ସେମାନଙ୍କର ଏକ ପୁଅ ହୋଇଥିଲା। ୨୦୨୦ରେ ଉଭୟ ସରୋଗେସି ମାଧ୍ୟମରେ ଏକ ଝିଅକୁ ଆପଣାଇଥିଲେ।

Share