୪୦୦୦ କୋଟି ସମ୍ପତ୍ତିର ମାଲିକ ହେଉଛନ୍ତି ରାଜ କୁନ୍ଦ୍ରା! ପ୍ରାଇଭେଟ୍‌ ଜେଟ୍‌ଠାରୁ ଆରମ୍ଭ କରି ବୁର୍ଜ ଖଲିଫାରେ ଫ୍ଲାଟ ଯାଏ…

ବମ୍ବେ: ଅଶ୍ଳିଳ ଭିଡିଓ ପ୍ରସ୍ତୁତି ମାମଲାରେ ଛନ୍ଦି ହୋଇ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା। ଏବେ ବିବାଦରେ ଫସିଥିବା ରାଜ୍‌ ନଅଟି କମ୍ପାନୀର ମାଲିକ। ସେ ଗିରଫ ହେବା ପରଠାରୁ ପ୍ରଶ୍ନ ଘେରରେ ତାଙ୍କ ସମ୍ପତ୍ତି, ମୋଟ ଜମା ଏବଂ ବ୍ୟବସାୟ। ଆସନ୍ତୁ ବିସ୍ତୃତ ଭାବେ ଜାଣିବା ରାଜ୍‌ଙ୍କ ସମ୍ପତ୍ତି କେତେ…

ଜୁହୁ ବଙ୍ଗଳା: ଶିଳ୍ପା ମୁମ୍ବାଇରେ ଏକ ବଙ୍ଗଳାର ମାଲିକ। ରାଜ କୁନ୍ଦ୍ରା ତାଙ୍କ ସ୍ତ୍ରୀଙ୍କୁ ମହଙ୍ଗା ଉପହାର ଦେଉଥିବାରୁ ଭାରତର ପ୍ରାୟ ଅଧିକାଂଶ ସହରରେ ତାଙ୍କର ଘର ରହିଛି। ଅଭିନେତ୍ରୀ ଓ ତାଙ୍କ ପରିବାର ଜୁହୁ ବଙ୍ଗଳାରେ ଏକାଠି ରୁହନ୍ତି।

ବୁର୍ଜ ଖଲିଫା ଆପାର୍ଟମେଣ୍ଟ: ଶିଳ୍ପାଙ୍କ ବୁର୍ଜ ଖଲିଫାରେ ଏକ ଆପାର୍ଟମେଣ୍ଟ ରହିଛି। ଦୁନିଆର ସବୁଠାରୁ ଉଚ୍ଚ ଅଟ୍ଟାଳିକାରେ ରାଜ ତାଙ୍କ ସ୍ତ୍ରୀ ଶିଳ୍ପାଙ୍କ ପାଇଁ ଏକ ଫ୍ଲାଟ୍‌ କିଣିଛନ୍ତି। ୧୯ ମହଲାରେ ଥିବା ଏହି ଆପାର୍ଟମେଣ୍ଟ ବଲିଉଡ୍‌ ଇତିହାସରେ ଦିଆଯାଇଥିବା ସବୁଠାରୁ ମହଙ୍ଗା ବିବାହ ବାର୍ଷିକୀ ଉପହାର ମଧ୍ୟରୁ ଗୋଟିଏ। କିନ୍ତୁ ପରେ ପରିବାର ପାଇଁ ଏହା ବହୁତ ଛୋଟ ଥିବାରୁ ସେ ଏହାକୁ ବିକ୍ରି କରିଦେଇଥିବା ଜଣାପଡ଼ିଛି।

ଇଂଲଣ୍ଡର ସମ୍ପତ୍ତି:
ୟୁକେରେ ରାଜ୍‌ ଓ ଶିଳ୍ପାଙ୍କ ଏକ ବିଶାଳ ସାତ ବଖରା ଘର ଥିବା ସମ୍ପତ୍ତି ରହିଛି। ବୁଲିବାକୁ ଭଲ ପାଉଥିବାରୁ ଶିଳ୍ପା ସାଧାରଣତଃ ଛୁଟି କଟାଇବାକୁ ୟୁକେ ଘରକୁ ଯାଇଥାନ୍ତି।

ପ୍ରାଇଭେଟ୍‌ ଜେଟ: ଶିଳ୍ପା ଓ ରାଜ ଏକ ଘରୋଇ ଜେଟ୍‌ର ମାଲିକ। ଅଭିନେତ୍ରୀ ଏବଂ ତାଙ୍କ ସ୍ବାମୀ ପ୍ରାୟତଃ ସେମାନଙ୍କ ଜେଟ୍‌ରୁ ଫଟୋ ଶେୟାର କରିଛନ୍ତି।

କାର କଲେକ୍ସନ:
ଅଭିନେତ୍ରୀ ଶିଳ୍ପା କାର୍‌ କାର୍‌କୁ ବହୁତ ଭଲ ପାଆନ୍ତି। ତାଙ୍କର ଅନେକ ବିଳାସପୂର୍ଣ୍ଣ କାର ରହିଛି। ଲମ୍ବୋର୍ଗିନିଠାରୁ ଆରମ୍ଭ କରି ବିଏମ୍‌ଡବ୍ଲୁ ଭଳି ଦାମୀ କାର୍‌ ତାଙ୍କ ପାଖରେ ରହିଛି।

ଏକ ରିପୋର୍ଟ ଅନୁଯାୟୀ, କୁନ୍ଦ୍ରା ୪୦୦୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକ। ୨୦୦୯ରେ ସେ ଶିଳ୍ପାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ୨୦୧୨ରେ ସେମାନଙ୍କର ଏକ ପୁଅ ହୋଇଥିଲା। ୨୦୨୦ରେ ଉଭୟ ସରୋଗେସି ମାଧ୍ୟମରେ ଏକ ଝିଅକୁ ଆପଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri