Categories: ଜାତୀୟ

ପର୍ନଫିଲ୍ମ ମାମଲାରେ ଶିଳ୍ପାଙ୍କୁ ପଚରାଉଚୁରା

ମୁମ୍ବାଇ,୨୩।୭: ଅଶ୍ଳୀଳ ଫିଲ୍ମ ନିର୍ମାଣ ଓ ବିକ୍ରି ମାମଲାରେ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସମ୍ପୃକ୍ତି ସମ୍ପର୍କରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ବୟାନ ରେକର୍ଡ କରିଛି ମୁମ୍ବାଇ ପୋଲିସ କ୍ରାଇମ୍‌ ବ୍ରାଞ୍ଚ୍‌। ପୋଲିସ ଟିମ୍‌ ଶୁକ୍ରବାର ସନ୍ଧ୍ୟାରେ କୁନ୍ଦ୍ରାଙ୍କ ବାସଭବନରେ ପହଞ୍ଚିଥିଲା। ୫ ଘଣ୍ଟା ଧରି ଶିଳ୍ପାଙ୍କୁ ପଚରାଉଚୁରା କରାଯାଇଥିବା ସୂତ୍ରରୁ ଜଣାପଡ଼ିଛି।

ସ୍ବାମୀ ରାଜଙ୍କ ଅଶ୍ଳୀଳ ଫିଲ୍ମ କାରବାର ସମ୍ପର୍କରେ ଶିଳ୍ପା ଜାଣିଥିଲେ କି ନାହିଁ, ତାହାର ତଦନ୍ତ କରୁଛି ପୋଲିସ। କୁନ୍ଦ୍ରାଙ୍କ ବ୍ୟାଙ୍କ ଆକାଉଣ୍ଟର ଷ୍ଟେଟ୍‌ମେଣ୍ଟ ଯାଞ୍ଚ କରିବା ସହ ତାଙ୍କ କମ୍ପାନୀ ଭିଆନ ଏବଂ କେର୍ନିନ୍‌ ମଧ୍ୟରେ ହୋଇଥିବା କାରବାରରକୁ ମଧ୍ୟ ତଦନ୍ତ ପରିସରକୁ ନିଆଯାଇଛି। କ୍ରିକେଟ ବେଟିଂ ସଂସ୍ଥା ମର୍କୁରି ଇଣ୍ଟରନ୍ୟାଶନାଲର ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଆଫ୍ରିକା ଆକାଉଣ୍ଟରୁ କୁନ୍ଦ୍ରାଙ୍କ ୟେସ୍‌ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଥିବା ଏହି ଯାଞ୍ଚରୁ ଜଣାପଡ଼ିଛି।

Share