ରେସ୍ତୋରାଁ ଖୋଲିଲେ ଶିଳ୍ପା

ମୁମ୍ବାଇ: ବଲିଉଡ କୁଇନ ଶିଳ୍ପା ସେଟ୍ଟି ଏବେ ମୁମ୍ବାଇରେ ଏକ ରେସ୍ତୋରାଁ ଖୋଲିଥିବା ଜଣାପଡିଛି । ସେ ବଲିଉଡର ଏମିତି ଜଣେ କଳାକାର ଯିଏ ଅଭିନୟ ସହ କିଛି ବିଜନେସ ମଧ୍ୟ ସମ୍ଭାଳିଛନ୍ତି । କିଛି ବର୍ଷ ପୂର୍ବରୁ ଅଭିନେତ୍ରୀ ନିଜର ଯୋଗ ଡିଭିଡି ଲଞ୍ଚ କରିଥିଲେ । ଶିଳ୍ପାଙ୍କର ନିଜର ଏକ ଫିଟନେସ ଆପ ବି ରହିଛି ଏହାସହ ରେସ୍ତୋରାଁ ଓ କ୍ଲଦିଂ ଲାଇନ ବି ରହିଛି । ଏବେ ପର୍ଯ୍ୟନ୍ତ ଆସିଥିବା ରିପୋର୍ଟ ଅନୁଯାୟୀ, ଶିଳ୍ପାଙ୍କର ୧୮ ମିଲିୟନ ଡଲାରର ସମ୍ପତି ରହିଛି । ଏବେ ଶିଳ୍ପା ପୁଣିଥରେ ମୁମ୍ବାଇରେ ଆଉ ଏକ ରେସ୍ତୋରାଁ ଖୋଲିଛନ୍ତି ।
ଶିଳ୍ପାଙ୍କ ଏହି ପିଜା ରେସ୍ତୋରାଁର ନାମ ‘ପିଜା’ ରଖାଯାଇଛି । ଏହି ନୂଆ ରେସ୍ତୋରାଁର ଓପନିଙ୍ଗରେ ପତି ରାଜ କୁନ୍ଦ୍ର, ପୁଅ ଭିୟାନ ଓ ଝିଅ ସମିଷା ଉପସ୍ଥିତ ଥିଲେ । ଏହାସହ କେତେଜଣ ନିକଟ ସମ୍ପର୍କୀଙ୍କୁ ଶିଳ୍ପା ଏଠାକୁ ଡାକିଥିଲେ । ଏବେ ଏହାର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ରେସ୍ତୋରାଁ ଓପନିଂ ହେବା ପରେ ଶିଳ୍ପା ବାହାରେ ଥିବା ଲୋକଙ୍କୁ ପିଜା ବାଣ୍ଟିବାର ଦୃଶ୍ୟ ସଭିଙ୍କୁ ପସନ୍ଦ ଆସିଛି ।
ସୂଚନାଯୋଗ୍ୟ, ଶିଳ୍ପ ଏବେ ୧୩ଟି ବ୍ରାଣ୍ଡର ଆମ୍ବାସଡର । ରିପୋର୍ଟ ଅନୁଯାୟୀ, ଶିଳ୍ପାଙ୍କ ନିକଟରେ ଫିଟନେସରୁ ନେଇ ହୋମ ଡେକର ଓ କିଛି ଅନ୍ତରାଷ୍ଟ୍ରୀୟ ବ୍ରାଣ୍ଡସ୍ ରହିଛି । ତେବେ ଶିଳ୍ପ ଗୋଟିଏ ବ୍ରାଣ୍ଡକୁ ପ୍ରମୋଟ କରିବାକୁ ଅଥବା ଫଟୋଶୁଟ ପାଇଁ ସେ ୭୦-୯୦ ଲକ୍ଷ ପର୍ଯ୍ୟନ୍ତ ଚାର୍ଜ କରିଥାଆନ୍ତି ।

Share