ଫଟୋଗ୍ରାଫରଙ୍କ ଉପରେ ରାଗିଗଲେ ଶିଳ୍ପା

ମୁମ୍ବାଇ: ନିକଟରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ମୁମ୍ବାଇରେ ନଜର ଆସିଥିଲେ। ତେବେ ଏହି ସମୟରେ ଫଟୋଗ୍ରାଫରମାନଙ୍କ ଉପରେ ସେ ବହୁତ ରାଗି ଯାଇଥିଲେ। କାରଣ ଫଟୋଗ୍ରାଫରଙ୍କ କ୍ୟାମେରା ତାଙ୍କ ମୁହଁରେ ବାଜିଥାନ୍ତା। ସେ ଅଳ୍ପକେ ରକ୍ଷା ପାଇଯାଇଥିଲେ। ପରେ ସେ ଫଟୋଗ୍ରାଫରଙ୍କୁ ମଧ୍ୟ ତାଗିଦ କରିଥିଲେ। ବୁଧବାର ମୁମ୍ବାଇରେ ଶିଳ୍ପାଙ୍କୁ ଦେଖିବାକୁ ମିଳିଥିଲା। ଫଟୋଗ୍ରାଫରମାନେ ତାଙ୍କୁ ଫଟୋ ମାଗିଥିଲେ।

ସବୁଦିନ ପରି ଶିଳ୍ପା ବହୁତ ଖୁସି ଜଣାପଡୁଥିଲେ। ମାତ୍ର ଫଟୋଗ୍ରାଫରଙ୍କ କାର୍ଯ୍ୟରେ ସେ ଖୁବ୍‌ ରାଗି ଯାଇଥିଲେ। ସେ ବ୍ୟଙ୍ଗାତ୍ମକ ଭାବରେ କହିଥିଲେ, ‘ତୁମ ପାଟିରେ ପ୍ରବେଶ କଲେ ଫଟୋ ପାଇବ କି?’ ଏହା ପରେ ସେଠାରେ ଉପସ୍ଥିତ ଫଟୋଗ୍ରାଫରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Share