ଗର୍ଭବତୀ ଆଲିଆଙ୍କ ଇଚ୍ଛା ପୂରଣ କଲେ ଶିଳ୍ପା

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଆଜିକାଲି ସେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମଟି ମଧ୍ୟ ଏକ ସୁପରହିଟ ସାବ୍ୟସ୍ତ ହୋଇଛି। ସାରା ବିଶ୍ୱରେ ୩୦୦ କୋଟି ବ୍ୟବସାୟ କରିଛି। ଫିଲ୍ମ ପ୍ରମୋଶନରେ ବ୍ୟସ୍ତ ଥିବା ଆଲିଆ ମଧ୍ୟ ନିଜର ବିଶେଷ ଯତ୍ନ ନେଉଛନ୍ତି। ଆଲିଆଙ୍କୁ ଏବେ ଚଟ୍‌ପଟା ଖାଦ୍ୟ ଖାଇବାକୁ ଇଚ୍ଛା ହେଉଛି। ତାଙ୍କ ଇଚ୍ଛାକୁ ପୂରଣ କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ। ଶିଳ୍ପା ଆଲିଆଙ୍କ ପାଇଁ ଟେଷ୍ଟି ପିଜାଙ୍କୁ ତାଙ୍କ ଘରକୁ ପଠାଇଥିଲେ।
ସୋସିଆଲ ମିଡିଆରେ ପିଜା ଫଟୋ ଶେୟାର କରି ଆଲିଆ ଶିଳ୍ପାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ଷ୍ଟାଟସରେ ଫଟୋ ଡେୟାର କରି ଆଲିଆ ଲେଖିଛନ୍ତି- ‘ମୋର ପ୍ରିୟ ଶିଳ୍ପା ଶେଟ୍ଟୀଙ୍କୁ ସୁମଧୁର ପିଜା ପାଇଁ ଧନ୍ୟବାଦ। ମୁଁ ଖାଇଥିବା ଏହା ହେଉଛି ସର୍ବଶ୍ରେଷ୍ଠ ପିଜା।
ଶିଳ୍ପା ମଧ୍ୟରେ ଏଥିରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ତୁମେ ଏହାକୁ ପସନ୍ଦ କରିଥିବାରୁ ମୁଁ ବହୁତ ଖୁସି। କିଛି ଦିନ ପୂର୍ବରୁ ଆଲିଆ ପିଜା ଖାଇବା ଇଚ୍ଛା ବିଷୟରେ କହିଥିଲେ। ସେ ସୋସିଆଲ ମିଡିଆରେ ପୋଷ୍ଟ କରି ମୁମ୍ବାଇର ସର୍ବଶ୍ରେଷ୍ଠ ପିଜା ସ୍ଥାନ ବିଷୟରେ ପଚାରିଥିଲେ।
ଆଲିଆ ଖୁବ୍‌ ଶୀଘ୍ର କରନ ଜୋହରଙ୍କ ଫିଲ୍ମ ରକି ଔର୍‌ ରାନୀଙ୍କ ପ୍ରେମ କାହାଣୀରେ ନଜର ଆସିବେ।

Share