ମନର ଯନ୍ତ୍ରଣା ବଖାଣିଲେ ଶିଳ୍ପା

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ବ୍ୟବସାୟୀ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସମସ୍ୟା ଦୂର ହେବାର ନାଁ ନେଉନାହିଁ। ଏବେ ଉଭୟଙ୍କ ନାଁରେ ଠକେଇ ଅଭିଯୋଗ ଆସିଛି। ମୁମ୍ବାଇର ଜଣେ ବ୍ୟବସାୟୀ ନୀତିନ ବରଇ ଶିଳ୍ପା ତାଙ୍କ ସ୍ବାମୀ ରାଜ ଓ ଅନ୍ୟ କିଛି ଲୋକଙ୍କ ବିରୋଧରେ ଦେଢ କୋଟି ଟଙ୍କାର ଠକେଇ ମାମଲା ରୁଜୁ ହୋଇଛି। ଉଭୟଙ୍କ ନାଁରେ ବାନ୍ଦ୍ରା ପୋଲିସ ଷ୍ଟେଶନରେ ଦେଢ କୋଟି ଟଙ୍କା ହଡପ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ପଚରାଉଚରା କରିବାକୁ ସଜବାଜ ହେଉଛି।
ଏଭଳି ଅଭିଯୋଗ ଆସିବା ପରେ ଶିଳ୍ପା ଏଫଆଇଆର୍‌ ସମ୍ବନ୍ଧରେ ଏକ ସ୍ପଷ୍ଟୀକରଣ ଜାରି କରିଛନ୍ତି ଏବଂ ଆଇନର ଆଭିମୁଖ୍ୟରେ ତାଙ୍କ ନାଗରିକ ଅଧିକାରର ସୁରକ୍ଷା ପାଇଁ ସର୍ବସାଧାରଣରେ ଆବେଦନ କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆରେ ଏକ ନୋଟ ଶେୟାର କରିଥିଲେ। ସେ ଲେଖିଛନ୍ତି, ମୁଁ ସକାଳେ ଉଠିବା ମାତ୍ରେ ଏଫଆଇଆରରେ ନିଜ ଏବଂ ରାଜଙ୍କ ନାମ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି। ମୁଁ କାହାଠୁ ଟଙ୍କାଟେ ବି ଆଣିନି। ମୁଁ ଆଜି ଯେଉଁ ସ୍ଥାନରେ ଅଛି, ତାହା ମୋର ଗତ ୨୮ ବର୍ଷର ପରିଶ୍ରମର ଫଳ। ହେଲେ ଏବେ ମୋ ନାଁକୁ ବଦନାମ କରାଯାଉଛି । ମୋ ମାନ, ସମ୍ମାନକୁ ଦଳିଚକଟି ନଷ୍ଟ କରାଯାଉଛି, ଫଳରେ ମୋ ପ୍ରତିଷ୍ଠା ଉପରେ ଆଞ୍ଚ ଆସୁଛି। ଏହା ମୋତେ ଖୁବ କଷ୍ଟ ଦେଉଛି ବୋଲି ଶିଳ୍ପା କହିଛନ୍ତି।
ଅଶ୍ଳୀଳ ଭିଡିଓ ତିଆରି କରୁଥିବା ମାମଲାରେ ରାଜ କୁନ୍ଦ୍ରା ଦୀର୍ଘ ଦିନ ଜେଲ୍ରେ ରହି ଫେରିବା ପରେ କିଛି ଦିନ ପୂର୍ବେ ବାହାରକୁ ଆସିଛନ୍ତି। ଏହାମଦ୍ୟରେ ସେ ସୋଶାଲ ମିଡିଆରୁ ଦୂରେଇ ଯାଇଥିବା ବେଳେ ଇନଷ୍ଟା, ଟୁଇଟରରୁ ନିଜ ଆକାଉଣ୍ଟ ଡିଲିଟ କରି ଦେଇଥିଲେ। ଉଭୟ ରାଜ ଓ ଶିଳ୍ପା ଦେବୀ ଦର୍ଶନ ପାଇଁ ହିମାଚଳ ପ୍ରଦେଶ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ରହିଗଲା ବାହାଘର, ନିମନ୍ତ୍ରଣ କାର୍ଡ ଦେଇ ଫେରିବା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ

ଝାରସୁଗୁଡା/ବ୍ରଜରାଜନଗର,୧୭।୨(ଆଶିଷ ରଞ୍ଜନ ଦାଶ /ବିଜୟ ବରାଡ଼ ): ଘରକୁ ଫେରୁଥିବା ବେଳେ ଅଧ ରାସ୍ତାରେ ପିଟି ହେଲା ବାଇକ୍ । ଫଳରେ ବିବାହ କରିବାକୁ ଥିବା ଯୁବତୀଙ୍କ…

ଆଜି ଏହି ୨ଟି ଦଳ T20 World Cup Super-8 ପାଇଁ ଟିକେଟ ପାଇପାରନ୍ତି, ପୂର୍ବରୁ ୫ଦଳକୁ ମିଳି ସାରିଛି ଏଣ୍ଟ୍ରି

ନୂଆଦିଲ୍ଲୀ,୧୭।୨: ୨୦୨୬ ଟି-୨୦ ବିଶ୍ୱକପ ଯାତ୍ରା ଆରମ୍ଭ ହୋଇଥିଲା ୨୦ଟି ଦଳକୁ ପାଞ୍ଚଟି ଲେଖାଏଁ ଗ୍ରୁପରେ ରଖାଯାଇ। ଏବେ ଗ୍ରୁପ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ…

ଦଶମ ବୋର୍ଡ ପରୀକ୍ଷା ଦେବାକୁ ଯିବା ବେଳେ କାର୍ ଦୁର୍ଘଟଣା, ଦୁଇ ପରୀକ୍ଷାର୍ଥୀ ସମେତ ୬ ଆହତ

କେନ୍ଦୁଝର,୧୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି । ତେବେ ସକାଳ ପ୍ରାୟ ୮ଟା୩୦…

T20 World Cup 2026: ସୁପର ୮ରେ ପ୍ରଥମେ କେଉଁ ଟିମ୍‌ ସହ ଖେଳିବ ଟିମ୍‌ ଇଣ୍ଡିଆ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୨: ଟିମ ଇଣ୍ଡିଆ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ହ୍ୟାଟ୍ରିକ ବିଜୟ ସହିତ ICC T20 ବିଶ୍ୱକପ 2026ର ସୁପର ୮ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ତା’ର ତୃତୀୟ…

କବିତା ପାଠୋତ୍ସବ, ବରିଷ୍ଠ ନାଗରିକଙ୍କ ସମ୍ମାନ-ସୁରକ୍ଷା ସୁନିଶ୍ଚିତ ଲକ୍ଷ୍ୟ

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ପ୍ରଶାସନ ବରିଷ୍ଠ ନାଗରିକଙ୍କ ସମ୍ମାନ, ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏକ ଅଭିନବ ପ୍ରୟାସ ଇତିମଧ୍ୟରେ ଆରମ୍ଭ କରିଛି ।…

ଆଜିଠାରୁ ଆରମ୍ଭ ହେଲା ସିବିଏସଇ ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ,୧୭।୨: ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି, ଯେଉଁଥିରେ ୪୩ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି, ପ୍ରାୟ…

ଛାତିଥରା… ପ୍ରେମିକାକୁ ହତ୍ୟା କରି ଯୌନ ସମ୍ପର୍କ ରଖିଲେ ପ୍ରେମିକ, ତନ୍ତ୍ର କରି ଆତ୍ମାକୁ କହିଲେ Sorry

ଭୋପାଳ,୧୭ା୨: ମଧ୍ୟପ୍ରଦେଶର ଇନ୍ଦୋରର ଦ୍ୱାରକାପୁରୀ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଏମବିଏ ଛାତ୍ରୀଙ୍କ ହତ୍ୟା ମାମଲାରେ, ପୋଲିସ ଅଭିଯୁକ୍ତ ପ୍ରେମିକ ପୀୟୁଷକୁ ମୁମ୍ବାଇରୁ ଗିରଫ କରିଛି ।…

ନାବାଳିକା ବଳାତ୍କାର, ଗର୍ଭପାତ ମାମଲା: ମିଳିଲା ନବଜାତକ

ଯାଜପୁରରୋଡ଼, ୧୭ା୨(ପବିତ୍ର ରଞ୍ଜନ ମହାନ୍ତି): ଯାଜପୁରରୋଡ ଥାନା ପୋଲିସ ନାବାଳିକା ଗର୍ଭପାତ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ନାବାଳିକାଙ୍କୁ ଗର୍ଭବତୀ କରିଥିବା କୋପଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri