ରାଗିଯାଇ ଏଭଳି ଜବାବ ଦେଲେ ଶିଳ୍ପା

ମୁମ୍ବାଇ: ସ୍ବାମୀ ରାଜ କୁନ୍ଦ୍ରାଙ୍କ ପାଇଁ ଶିଳ୍ପାଙ୍କୁ ଅନେକ ପ୍ରଶ୍ନର ସାମ୍ନା କରିବାକୁ ପଡୁଛି। ଏବେ ରାଜ କୁନ୍ଦ୍ରା ଜେଲରୁ ଫେରିଛନ୍ତି। ଅଶ୍ଳୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା। ରାଜ କୁନ୍ଦ୍ରାଙ୍କ ସହ ଅଶ୍ଳୀଳ ଫିଲ୍ମ ନିର୍ମାଣ ମାମଲାରେ ତାଙ୍କ ସମ୍ପର୍କ ନାହିଁ ବୋଲି ମନା କରିଥିଲେ ମଧ୍ୟ ଏ ଯାଏ ପ୍ରଶ୍ନରୁ ବର୍ତ୍ତି ପାରିନାହାନ୍ତି ଶିଳ୍ପା। ନିକଟରେ କିଛି ଗଣମାଧ୍ୟମ ବ୍ୟକ୍ତି ତାଙ୍କୁ ରାଜକୁନ୍ଦ୍ରାଙ୍କ ଅଶ୍ଳୀଳ ଫିଲ୍ମ ନିର୍ମାଣ ବିଷୟରେ ପ୍ରଶ୍ନ କରିଥିଲେ। ପ୍ରଶ୍ନର ଉତ୍ତର ଦେବା ସମୟରେ ସେ କ୍ରୋଧିତ ହୋଇଯାଇଥିଲେ। ମୁଁ କ’ଣ ରାଜ କୁନ୍ଦ୍ରା? ତାଙ୍କ ପରି ଦେଖାଯାଉଛି କି? ଏମିତି ଜବାବ ଦେଇଥିଲେ ଶିଳ୍ପା।

Share