ପ୍ରଥମ ଥର କରୱା ଚୌଥ ବ୍ରତ ପାଳନ କଲେ ଶିଖର ଧୱନଙ୍କ ପତ୍ନୀ; କହିଲେ, ‘ମୁଁ ବହୁତ ଭାଗ୍ୟଶାଳୀ’

ନୂଆଦିଲ୍ଲୀ,୨୯।୧୦: ଆଜି ହେଉଛି କରୱା ଚୌଥ ପର୍ବ, ଯେଉଁ ଦିନ ପତ୍ନୀମାନେ ନିଜ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ଉପବାସ ରଖିଥାନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ଶିଖର ଧୱନ ନିକଟରେ ସୋଫି ଶାଇନଙ୍କୁ ବିବାହ କରିଛନ୍ତି। ଆୟର୍ଲାଣ୍ଡର ବାସିନ୍ଦା ସୋଫି, ଶିଖରଙ୍କ ଦୀର୍ଘାୟୁ ପାଇଁ ଏହି ଉପବାସ ପାଳନ କରୁଛନ୍ତି ଏବଂ ଏହା ତାଙ୍କର ପ୍ରଥମ କରୱା ଚୌଥ ଅଟେ। ବୁଧବାର ସେ ଏକ ଭିଡିଓ ଶେୟାର କରିଥିଲେ, ଯେଉଁଥିରେ ସେ ନିଜ ପ୍ରଶଂସକମାନଙ୍କ ଠାରୁ କିଛି ପରାମର୍ଶ ମଧ୍ୟ ମାଗିଥିଲେ।

ସୋଫି ଶାଇନ ନିଜର ପ୍ରଥମ କରୱା ଚୌଥକୁ ନେଇ ବେଶ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି ଯେ, ସେ କେବେବି ଭାବି ନଥିଲେ ଯେ ଦିନେ ସେ ନିଜ ସ୍ବାମୀଙ୍କ ପାଇଁ ଏହି ପର୍ବ ପାଳନ କରିବେ। ସେ ଆହୁରି ମଧ୍ୟ ଜଣାଇଲେ ଯେ, ଏହି ଅବସରରେ ସେ ଏକ ନାଲି ରଙ୍ଗର ଶାଢ଼ୀ ପିନ୍ଧିବେଯାହା ଉପରେ ଧୱନ ମଧ୍ୟ ଏକ ମନ୍ତବ୍ୟ ଦେଇଛନ୍ତି।
ସୋଫି କହିଲେ, ‘ସମସ୍ତଙ୍କୁ ନମସ୍କାର! ଏହା ମୋର ପ୍ରଥମ କରୱା ଚୌଥ ଏବଂ ମୁଁ ବହୁତ ଉତ୍ସାହିତ ଅଛି। ଆଜି ସାରେ (ବୁଧବାର) ମୁଁ ହାତରେ ମେହେନ୍ଦି ଲଗାଇବି ଏବଂ ଆସନ୍ତାକାଲି (ଗୁରୁବାର) ଏକ ସୁନ୍ଦର ନାଲି ଶାଢ଼ୀ ପିନ୍ଧିବି। ମୁଁ ଆୟର୍ଲାଣ୍ଡରୁ ଆସିଛି। ମୁଁ କେବେବି କଳ୍ପନା କରି ନଥିଲି ଯେ ଦିନେ ମୁଁ ମୋ ସ୍ବାମୀଙ୍କ ପାଇଁ ଏହି ସୁନ୍ଦର ପର୍ବ ପାଳନ କରିବି। ମୁଁ ନିଜକୁ ବହୁତ ଭାଗ୍ୟବାନ ମନେ କରୁଛି।’

ସୋଫି ପୋଷ୍ଟ କରିଥିବା ଏହି ଭିଡିଓରେ ଶିଖର ଧାୱନ ହୃଦୟ ଚିହ୍ନ (heart emojis) ଶେୟାର କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସୋଫି ହେଉଛନ୍ତି ଶିଖର ଧାୱନଙ୍କ ଦ୍ୱିତୀୟ ପତ୍ନୀ; ଉଭୟ ପ୍ରାୟ ଦୁଇ ବର୍ଷ ଧରି ସମ୍ପର୍କରେ ଥିଲେ। ଚଳିତ ବର୍ଷ ଫେବୃଆରୀରେ ଧାୱନ ଏବଂ ସୋଫି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। କରୱା ଚୌଥ ପୂର୍ବରୁ, ସୋଫି ନିଜ ହାତରେ ସୁନ୍ଦର ମେହେନ୍ଦି ଲଗାଇଥିଲେ ଏବଂ ଏହାର ଏକ ଫଟୋ ମଧ୍ୟ ସେ ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିଲେ।
୪୦ ବର୍ଷୀୟ ଶିଖର ଧାୱନ ଭାରତ ପାଇଁ ୩୪ଟି ଟେଷ୍ଟ, ୧୬୭ଟି ଦିନିକିଆ (ODI) ଏବଂ ୬୮ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି, ଯେଉଁଥିରେ ସେ ଯଥାକ୍ରମେ ୨,୩୧୫, ୬,୭୯୩ ଏବଂ ୧,୭୫୯ ରନ ସଂଗ୍ରହ କରିଛନ୍ତି। ସେ ୨୦୨୨ ମସିହାରେ ନିଜର ଶେଷ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ।

Dharitri – Odisha’s No.1 Odia Daily

Share