Categories: ଖେଳ

ଶିଖର ଧାଓ୍ବନଙ୍କ ବଦାନ୍ୟତା: ହିନ୍ଦୁ ଶରଣାର୍ଥୀଙ୍କୁ ସହାୟତା ପାଇଁ ଆଗେଇ ଆସିଲେ

ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କୁ ସହାୟତା ଦେବାକୁ ଆଗେଇ ଆସିଛନ୍ତି ଭାରତୀୟ କ୍ରିକେଟ ଖେଳାଳି ଶିଖର ଧାୱନ। ରାଜଧାନୀ ଦିଲ୍ଲୀର ମଜଲିସ ପାର୍କ ମେଟ୍ରୋ ଷ୍ଟେଶନ ନିକଟ କଲୋନୀରେ ପହଞ୍ଚି ହିନ୍ଦୁ ଶରଣାର୍ଥୀଙ୍କ ସହ କିଛି ସମୟ ବିତାଇ ଥିଲେ। ଏହାର ଫଷଟା ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହି କଲୋନୀରେ ରହୁଥିବା ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କୁ ଦିଲ୍ଲୀର ଏକ ସଂସ୍ଥା ଦେଖାଶୁଣା କରିଥାଏ। ସେମାନଙ୍କୁ କ୍ରିକେଟ ଉପକରଣ ଏବଂ ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ପ୍ରଦାନ କରିଥିଲେ। ଧାୱନ କହିଛନ୍ତି ଲୋକମାନଙ୍କୁ ସହାୟତା ଯୋଗାଇଦେବା ଦ୍ବାରା ତାଙ୍କୁ ଖୁସି ଓ ଶାନ୍ତି ମିଳିଥାଏ। ଅନ୍ୟପକ୍ଷରେ ଧାୱନଙ୍କ ସହଯୋଗ ଓ ସହାୟତା ପାଇ ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀମାନେ ମଧ୍ୟ ନିଜର ଖୁସି ବ୍ୟକ୍ତ କରିଛନ୍ତି।

Share