Categories: ଖେଳ

୬ ବର୍ଷର ପୁଅକୁ ରୁଟି ସେକିବା ଶିଖାଇଲେ ଏହି କ୍ରିକେଟର

କରୋନା ଯୋଗୁ ଏବେ କ୍ରିକେଟ ସିରିଜ୍‌ ସ୍ଥଗିତ ରଖାଯାଇଛି। ଫଳରେ କ୍ରିକେଟର ମାନେ ସେମାନଙ୍କ ପରିବାର ସହ ସମୟ ବିତାଇବା ସହ ସୋସିଆଲ ମିଡିଆରେ ମଧ୍ୟ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ଭାରତୀୟ ଓପନର ଶିଖର ଧାଓ୍ବନ୍‌ ସେମାନଙ୍କ ମଧ୍ୟ ଅନ୍ୟତମ । ଶିଖର ପ୍ରତିଦିନ ଭିଡିଓ ହେଉ କି ଫଟୋ ପୋଷ୍ଟ ନିଜ ଫ୍ୟାନଙ୍କ ମନ ଜିଣିଥାନ୍ତି। ନିକଟରେ ୬ ବର୍ଷୀର ପୁଅ ଜୋରାଭର ସହ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ପୁଅକୁ ସେ ରୁଟି ସେକିବା ଶିଖାଉଥିବା ଦେଖାଯାଇଛି। ଜୋରାଭର ସୁପରହିରୋ ଡ୍ରେସ୍‌ ପିନ୍ଧି ପିତାଙ୍କ ଆଦେଶ ପାଳନ କରି ରୁଟି ସେକୁଛନ୍ତି। ଏହି ଭିଡିଓକୁ ୟୁଜର୍ସ ବେଶ୍‌ ପସନ୍ଦ କରିଚନ୍ତି। ପୂର୍ବରୁ ମଧ୍ୟ ଜୋରାଭର ନିଜ ପିତାଙ୍କ କେଶ କାଟିବା, ରାସ୍ତାରେ ବୁଲଥିବା ଗାଈଙ୍କୁ ଖାଇବାକୁ ଦେଉଥିବା ଭିଡିଓ ଶିଖର ଶେୟାର କରିଥିଲେ।

Share