Posted inଖେଳ

ଗର୍ଲଫ୍ରେଣ୍ଡଙ୍କ ସହ ବାଗେଶ୍ୱର ବାବାଙ୍କ ଶରଣ ପଶିଲେ ଶିଖର ଧାଓ୍ବନ

ମୁମ୍ବାଇ,୧୬।୪: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ବର୍ତ୍ତମାନ ତାଙ୍କ ନୂତନ ପ୍ରେମିକାଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଧାୱନ ସୋଫି ସାଇନଙ୍କୁ ଡେଟ କରୁଛନ୍ତି। ଉଭୟଙ୍କୁ ଆଜିକାଲି ପ୍ରାୟତଃ ଏକାଠି ଦେଖାଯାଉଛି। ଧାୱନ ଏବେ ସୋଫିଙ୍କ ସହିତ ଶ୍ରୀ ବାଗେଶ୍ୱର ବାଲାଜୀ ସନାତନ ମଠ ମୁମ୍ବାଇରେ ପହଞ୍ଚି ଆଶୀର୍ବାଦ ନେଇଥିଲେ। ଧୀରେନ୍ଦ୍ର ଶାସ୍ତ୍ରୀ ଧାଓ୍ବନଙ୍କୁ ମଞ୍ଚକୁ ଡାକି କ୍ରିକେଟରେ ତାଙ୍କର ଅବଦାନ ଏବଂ ଏବେ ଅସହାୟ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଶଂସା କରିଥିଲେ।

ଧାୱନଙ୍କ ସହ ସୋଫି ମଧ୍ୟ ବାଗେଶ୍ୱର ଧାମର ପୀଠେଶ୍ୱର ଧିରେନ୍ଦ୍ରଙ୍କଠାରୁ ଆଶୀର୍ବାଦ ନେଇଥିଲେ। ଧୀରେନ୍ଦ୍ର ଶିଖର ଧାୱନଙ୍କୁ ଏକ ପଗଡ଼ି ପିନ୍ଧାଇ ସ୍ବାଗତ କରିଥିଲେ। ଏହାପରେ ଉଭୟ ନାଚିବା ସହ ଏକାଠି କ୍ରିକେଟ ଖେଳିଥିଲେ। ଧାୱନ ପ୍ରଥମେ ବ୍ୟାଟିଂ କରିଥିଲେ ଏବଂ ଧୀରେନ୍ଦ୍ର ତାଙ୍କୁ ବୋଲ୍ଡ କରିଥିଲେ। ଏହା ପରେ ଧୀରେନ୍ଦ୍ର ବ୍ୟାଟିଂ କରି କିଛି ସଟ ମାରିଥିଲେ।

ଶିଖର ଧାୱନଙ୍କୁ କିଛି ଦିନ ପୂର୍ବେ ଏକ ସାକ୍ଷାତକାରରେ ତାଙ୍କ ପ୍ରେମିକା ବିଷୟରେ ପଚରାଯାଇଥିଲା, ସେ କହିଥିଲେ ଯେ ସେ ନାମ କହିବେ ନାହିଁ କିନ୍ତୁ ଏହି ରୁମରେ ବସିଥିବା ସବୁଠାରୁ ସୁନ୍ଦର ଝିଅ ହେଉଛି ମୋ ପ୍ରେମିକା। ସେହି ସମୟରେ ସୋଫି ସାଇନ ସେଠାରେ ଥିଲେ, ଯେତେବେଳେ ଦୁହେଁ ପୂର୍ବରୁ ଅନେକ ଥର ଏକାଠି ଦେଖାଯାଇଛନ୍ତି। ଏବେ ଧାୱନ ତାଙ୍କ ଘରେ ତାଙ୍କ ସହିତ ଏକ ରିଲ ତିଆରି କରି ଶେୟାର କରିଛନ୍ତି।

ଶିଖର ଧାୱନଙ୍କ ପ୍ରେମିକା ସୋଫି ସାଇନ ଆୟରଲାଣ୍ଡର। ସେ ଚାମ୍ପିଅନ୍ସ ଟ୍ରଫିରେ ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ଧାୱନଙ୍କ ସହିତ ଆସିଥିଲେ। ଏହା ପରେ, ଉଭୟଙ୍କୁ ବିମାନବନ୍ଦର ଏବଂ କାର୍ଯ୍ୟକ୍ରମରେ ମଧ୍ୟ ଏକାଠି ଦେଖିବାକୁ ମିଳିଥିଲା। ଦୁହେଁ ଇନଷ୍ଟାଗ୍ରାମରେ ପରସ୍ପରକୁ ଫଲୋ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri