ଧାଓ୍ବନଙ୍କୁ ମିଳିଲା ପଞ୍ଚମ ଆଇପିଏଲ୍‌ ଟିମ୍‌: ଜାଣନ୍ତୁ କେତେରେ ହେଲେ ବିକ୍ରି

ବେଙ୍ଗାଲୁରୁ,୧୨।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୧୫ ସଂସ୍କରଣର ମେଗା ଅକ୍ସନ ଶନିବାର ଆରମ୍ଭ ହୋଇଛି। ଅକ୍ସନର ପ୍ରଥମ ଦିନରେ ପ୍ରଥମ ଖେଳାଳି ଭାବେ ନିଲାମ ହୋଇଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର୍‌ ଓପନର୍‌ ଶିଖର ଧାଓ୍ବନ। ତାଙ୍କୁ ପଞ୍ଜାବ କିଙ୍ଗ୍ସ ୮.୨୫ କୋଟି ଟଙ୍କାରେ କିଣି ନେଇଛି। ଗତବର୍ଷ ଧାଓ୍ବନ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିଥିଲେ।

ଧାଓ୍ବନଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି ଟଙ୍କା ଥିଲା। ଏବେ ପଞ୍ଜାବ ଟିମ୍‌କୁ ସେ ଚାଲିଯିବା ପରେ ସେ ପଞ୍ଚମ ଥର ପାଇଁ ଦଳ ବଦଳାଇଛନ୍ତି। ପୂର୍ବରୁ ସେ ଦିଲ୍ଲୀ କ୍ୟାପିଟାଲ୍ସ, ଡେକାନ୍‌ ଚାର୍ଜର୍ସ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳି ସାରିଛନ୍ତି। ଏଯାବତ ସେ ୧୯୨ ଆଇପିଏଲ୍‌ ମ୍ୟାଚ୍‌ରେ ୫୭୮୪ ରନ୍‌ କରିଛନ୍ତି। ସେ ସର୍ବାଧିକ ରନ୍‌ କରିଥିବା ଖେଳାଳି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

Share