Categories: ଖେଳ

ବାପାଙ୍କଠାରୁ ମାଡ଼ ଖାଇ ଚର୍ଚ୍ଚାରେ ଧାଓ୍ବନ

ନୂଆଦିଲ୍ଲୀ,୨୬।୫: ବାପାଙ୍କଠାରୁ ମାଡ଼ ଖାଇ ଚର୍ଚ୍ଚାରେ ପଞ୍ଜାବ କିଙ୍ଗ୍ସ ଓପନର ଶିଖର ଧାଓ୍ବନ। ଆଇପିଏଲ୍‌ ପ୍ଲେଅଫ୍‌ ଲାଗି ଚୟନ ହୋଇ ନ ଥିବା ଯୋଗୁ ତାଙ୍କୁ ବାପା ନକ୍‌ଆଉଟ୍‌ କରିଥିବା ନେଇ ସେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି। ଏହି ପୋଷ୍ଟଟି ବେଶ ଭାଇରାଲ ହେଉଥିବା ବେଳେ ଅନେକ ପ୍ରତିକ୍ରିୟା ମିଳୁଛି। ବାପା ତୁମଠାରୁ ବି ଭଲ ଅଭିନୟ କରିଛନ୍ତି ବୋଲି ହରଭଜନ ସିଂ କମେଣ୍ଟ କରିଛନ୍ତି।

ପ୍ରକାଶ ଯେ, ଧାଓ୍ବନଙ୍କୁ ୮.୨୫ କୋଟି ଟଙ୍କାରେ ପଞ୍ଜାବ ଦଳ କିଣିଥିଲେ। ସେ ମୋଟ ୧୪ ମ୍ୟାଚ୍‌ ଖେଳି ୪୬୦ ରନ୍‌ କରିଛନ୍ତି। ଏଥିରେ ତାଙ୍କର ୩ ଅର୍ଦ୍ଧଶତକ ରହିଛି। ବିରାଟଙ୍କ ପରେ ସେ ଆଇପିଏଲ୍‌ ଇତିହାସର ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ୍‌ ବୋଲି କହିପାରିବା। ତାଙ୍କ ଦଳ ଆଇପିଏଲ୍‌ରେ ଉତ୍କର୍ଷ ପ୍ରଦର୍ଶନ କରିଥିଲେ ହେଁ ପ୍ଲେଅଫ୍‌ ଦୌଡ଼ରୁ ବାହାର ହୋଇଛି। ଦଳକୁ ନକ୍‌ଆଉଟ୍‌ ଖେଳିବା ପାଇଁ ଆଉ ଏକ ବିଜୟର ଆବଶ୍ୟକତା ରହିଥିଲା।

Share