ଛଅ ମାସ ହେବ କରୋନା ରୋଗୀଙ୍କ ସେବା କରୁ କରୁ ନିଜେ କରୋନାରେ ପୀଡ଼ିତ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଏବେ କରୋନା ମହାମାରୀ ସାରା ଦେଶରେ କାୟା ବିସ୍ତାର କରି ସାରିଥିବା ବେଳେ ପ୍ରାୟ ଘରେ ଘରେ କରୋନା ରୋଗୀ ଚିହ୍ନଟ କରାଗଲେଣି । ତେବେ ଏହି ସମୟରେ କେତେକ ଲୋକେ ଆପଣାଛାଏଁ କରୋନା ରୋଗୀଙ୍କ ସେବା କରିବାକୁ ଆଗେଇ ଆସୁଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଅଭିନେତ୍ରୀ ଶିଖା ମାଲହୋତ୍ରା । ସେ ନିଜ ଇଚ୍ଛାରେ ଜଣେ ନର୍ସ ଭାବେ ଦୀର୍ଘ ୬ମାସ ହେବ କରୋନା ରୋଗୀଙ୍କ ସେବା କରି ଆସୁଥିଲେ । ହେଲେ ଗୁରୁବାର ସେ ତାଙ୍କ କରୋନା ରିପୋର୍ଟ ସମ୍ପର୍କରେ କିଛି କହିଛନ୍ତି । ଇନଷ୍ଟାଗ୍ରାମ ମାଧ୍ୟମରେ ସେ କରୋନାରେ ପୀଡ଼ିତ ହୋଇଥିବା ଜଣାଇଛନ୍ତି । ନିକଟରେ ଶିଖା ଦୁଇଟି ଫଟୋ କୋଲାଜ କରି ଏହାର କ୍ୟାପଶନରେ ଲେଖିଛନ୍ତି, କରୋନା ପଜିଟିଭ ହେବା ପରେ ହସ୍ପିଟାଲରେ ଆଡମିଟ ହୋଇଛି । ଏବେ ଅକ୍ସିଜେନ କମି ଯାଉଥିବା ଅନୁଭବ କରୁଛି । ଏହି ପୋଷ୍ଟ ସେହିମାନଙ୍କ ପାଇଁ ଯେଉଁମାନେ କରୋନାକୁ କିଛି ନୁହେଁ ବୋଲି କହୁଥିଲେ । ଆପଣମାନଙ୍କ ଶୁଭକାମନା ଓ ପ୍ରାର୍ଥନା ସହ ଗତ ୬ ମାସ ହେବ କରୋନା ରୋଗୀଙ୍କ ସେବା କରି ଆସୁଥିଲି । ଉକ୍ତ ଫଟୋରେ ସେ ଗୋଟିଏ ପଟେ ହସ୍ପିଟାଲ ବେଡ୍‌ରେ ଥିବା ବେଳେ ଅନ୍ୟପଟେ ପିପିଇ କିଟ୍ ପିନ୍ଧି ସେବା କରିବାକୁ ପ୍ରସ୍ତୁତ ଥିବା ଦେଖାଯାଇଛି ।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚରେ ଶିଖା ଏକ ୱେସାଇଟରେ କଥା ହେବା ସମୟରେ ସେ ମୁମ୍ବାଇର ଏକ ହସ୍ପିଟାଲରେ କରୋନା ସହ ଲଢିବାକୁ ସ୍ୱୟଂସେବକ ରୂପେ କାମ କରୁଛନ୍ତି । ଏହାକୁ ଦେଖିବା ପରେ ବଲିଉଡ୍‌ର କେତେଜଣ ସେଲିବ୍ରିଟି ଶିଖାଙ୍କର ପ୍ରଶଂସା କରିଥିଲେ । ତେବେ ଶିଖାଙ୍କ ନିକଟରେ ଦିଲ୍ଲୀର ବର୍ଦ୍ଧମାନ ମହାବୀର ମେଡିକାଲ କଲେଜ ଓ ସଫଦରଜଙ୍ଗ ହସ୍ପିଟାଲର ନର୍ସିଂ ଡିଗ୍ରୀ ରହିଛି । ହେଲେ ସେ ବଲିଉଡ୍‌ରେ କ୍ୟାରିୟର କରିବାକୁ ଚାଲିଆସିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ଚାଳକ ସାବଧାନ, ଏବେ ହେଲମେଟ୍‌ ପିନ୍ଧିଲେ ବି କଟିବ ୨ହଜାର ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୩୦।୧୨: ହେଲମେଟ ପିନ୍ଧିଲେ ମଧ୍ୟ କଟିପାରେ ୨୦୦୦ ଟଙ୍କା ଚାଲାଣ। (ମୋଟରସାଇକିଲ ଓ ସ୍କୁଟର) ଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ହେଲମେଟ ନ ପିନ୍ଧିବା...

ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି: ଭୁଲରେ ବି କରନ୍ତୁ ନି ଏପରି…

ଭୁବନେଶ୍ୱର,୩୦।୧୨: ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏ ନେଇ ସବୁ RTOଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ମଦ ପିଇ...

ରେଲେଓ଼୍ବର ବଡ଼ ଘୋଷଣା, ଟ୍ରେନରେ ମିଳିବ…

ନୂଆଦିଲ୍ଲୀ,୩୦।୧୨: କୁହୁଡ଼ି ଯୋଗୁଁ ଉତ୍ତର ଭାରତରେ ପ୍ରତିଦିନ ଅନେକ ଟ୍ରେନ ବିଳମ୍ୱ ହୁଏ। କମ କିମ୍ୱା ଶୂନ୍ୟ ଦୃଶ୍ୟମାନତା ଟ୍ରେନ ଗତିକୁ ବହୁ ପରିମାଣରେ ହ୍ରାସ...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼...

BMCର ବଡ଼ ସୂଚନା: ଜାନୁଆରୀ ୪ରେ ‘ପଥ ଉତ୍ସବ’

ଭୁବନେଶ୍ବର,୩୦।୧୨: ଭୁବନେଶ୍ୱର ମହାନଗର ନିଗମ୍‌(BMC) ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଜାନୁଆରୀ ୪ତାରିଖରୁ ଚଳିତ ସିଜିନ୍‌ର ପ୍ରଥମ ‘ପଥ ଉତ୍ସବ’...

ସଲମାନଙ୍କ ଗାଲୱାନ ଟ୍ରେଲର ଦେଖି ରାଗିଗଲା ଚାଇନା, ଏପରି କହିଲା ଭାରତ

ନୂଆଦିଲ୍ଲୀ,୩୦।୧୨: ସଲମାନଙ୍କ ଉପରେ ରାଗିଗଲା ଡ୍ରାଗନ। ‘ବ୍ୟାଟେଲ ଅଫ୍ ଗାଲୱାନ’ର ଟିଜର ମୁକ୍ତିଲାଭ କରିବା ପରେ ଚାଇନା ଏଥିରେ କ୍ଷୁବ୍ଧ ହୋଇଛି। ଚାଇନାର ସରକାରୀ ଗଣମାଧ୍ୟମ...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri