ଶିବୁ ସୋରେନଙ୍କ ଫୁସ୍‌ଫୁସ୍‌ରେ ହୋଇଛି ସଂକ୍ରମଣ

ନୂଆଦିଲ୍ଲୀ,୨୫।୮: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏନ୍‌ଏମ୍‌) ଅଧ୍ୟକ୍ଷ ତଥା ରାଜ୍ୟସଭା ସଦସ୍ୟ ଶିବୁ ସୋରେନଙ୍କୁ ଉତ୍ତମ ଚିକିତ୍ସା ଲାଗି ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା କରାଯାଇଛି। କରୋନାରେ ସଂକ୍ରମିତ ଥିବା ସୋରେନଙ୍କର ରାଞ୍ଚି ମେଦାନ୍ତ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କର ଚିକିତ୍ସା କରୁଛନ୍ତି। ଏବେ ତାଙ୍କ ଫୁସ୍‌ଫୁସ୍‌ ସଂକ୍ରମିତ ଥିବା ଜଣାପଡିଛି। ତିନି ଦିନ ପୂର୍ବରୁ ସୋରେନ ଓ ତାଙ୍କ ଧର୍ମପତ୍ନୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ସୂଚନାଯୋଗ୍ୟ, ସୋରେନ ୨ ଦିନ ଆଇସୋଲେଶନରେ ରହିବା ପରେ ତାଙ୍କ ସ୍ବାସ୍ଥାବସ୍ଥା ବିଗିଡି ଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ୨ଟା ସୁଦ୍ଧା ତାଙ୍କୁ ଗୁରୁଗ୍ରାମ ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି କି ଶିବୁ ସୋରେନଙ୍କ ପୁଅ ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତାଙ୍କୁ ଦିଲ୍ଲୀ ନେଇଯିବାକୁ ଯୋଜନା କରୁଛନ୍ତି। ହେଲେ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ କରାଯାଇ ନାହିଁ।

Share