ସିଡିପିଓ ଅଫିସରେ ତାଲା ପକାଇଲେ ଏସ୍‌ଏଚ୍‌ଜି ମହିଳା

ବସ୍ତା,୧୩।୫(ଡି ଏନ ଏ ): ବସ୍ତା ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଶତାଧିକ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ଉପସ୍ଥିତ ହୋଇ ସିଡିପିଓଙ୍କ କାର୍ଯ୍ୟାଳୟକୁ ତାଲା ପକାଇବା ସହିତ ସିଡିପିଓଙ୍କ ବଦଳି ଦାବି କରି ବିକ୍ଷୋଭ କରିଥିଲେ। ଫଳରେ କାର୍ଯ୍ୟାଳୟ ଭିତରେ ୪ଜଣ କର୍ମଚାରୀ ୬ ଘଣ୍ଟା ଧରି ଅଟକ ରହିଥିଲେ।
ସୂଚନା ଅନୁଯାୟୀ ବସ୍ତା ସିଡିପିଓ ଦିପ୍ତିରାଣୀ ସିଂ ମନମୁଖୀ ଭାବେ ସ୍ବୟଂ ସହାୟକ ଗୋଷ୍ଠୀ, ଜିପିଏଲ୍‌ଏଫ ଲିଡର, ବିଏଲ୍‌ଏଫ ସଭାପତି, ସମ୍ପାଦକ, ଇସି ମେମ୍ବର, ସିରାପି, ଏମ଼ବିକେ, ବ୍ୟାଙ୍କ ମିତ୍ର, ମନୋନୟନ କମିଟି ମେମ୍ବରମାନଙ୍କ ବିରୋଧରେ ବିଭିନ୍ନ ପ୍ରକାରର କଟୁ ମନ୍ତବ୍ୟ ଦେବା, ସେମାନଙ୍କ ବିରୋଧରେ ମିଥ୍ୟା ଆରୋପ ଲଗାଇବା, ବିଭିନ୍ନ ସମୟରେ ଧମକ ଦେବା, ସ୍ବାମୀଙ୍କ ମାଧ୍ୟମରେ ସେମାନଙ୍କଠାରୁ ଅର୍ଥ ଶୋଷଣ କରିବା ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ବିଭିନ୍ନ ପ୍ରକାର ମିଥ୍ୟା ଅଭିଯୋଗ କରିଥାନ୍ତି। ସିଡିପିଓଙ୍କ  ସ୍ବାମୀ ସବୁ ସମୟରେ କାର୍ଯ୍ୟାଳୟରେ ଉପସ୍ଥିତ ରହି କାଗଜପତ୍ର କାମ କରନ୍ତି ଏବଂ ଏସବୁ ସଂଘ ଓ ଉପରୋକ୍ତ ବିଭିନ୍ନ ବିଭାଗର ମହିଳା ମାନଙ୍କ  ଜାଲିଆତି ଦସ୍ତଖତ କରି ସେମାନଙ୍କୁ ହଇରାଣ କରନ୍ତି। ତେଣୁ ଏହାର ପ୍ରତିବାଦରେ ବ୍ଲକର ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନେ ଯୋଗଦେଇ ସିଡିପିଓ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ନାରାବାଜି କରିବା ସହିତ ତାଙ୍କୁ ବଦଳି ଦାବି କରି କାର୍ଯ୍ୟାଳୟକୁ ତାଲା ପକାଇ ଦେଇଥିଲେ। ଫଳରେ କାର୍ଯ୍ୟାଳୟ ଭିତରେ  ୪ଜଣ କର୍ମଚାରୀ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଅଟକ ରହିଥିଲେ। ତେବେ ଘଟଣାସ୍ଥଳରେ ବସ୍ତା ପୋଲିସ, ପଞ୍ଚୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମୀଧର ଦାସ, ଜିଲା ପରିଷଦ ବିଷ୍ଣୁପ୍ରିୟା ବୁଗୁଡି ଏବଂ କୁଡିଆ ପଞ୍ଚାୟତର ସମିତି ସଭ୍ୟ ଜୟପ୍ରକାଶ ନାରାୟଣ ବେହେରା ପହଞ୍ଚି ବୁଝାଶୁଝା କରିବା ପରେ ଉକ୍ତ ୪ଜଣ କର୍ମଚାରୀଙ୍କୁ ଛାଡିଥିଲେ। ତେବେ ସିଡିପିଓ ଦୀପ୍ତିରାଣୀ ପଚାରିବାରୁ ଏସବୁ ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri