ଲୋନ୍‌ କରାଇଦେବାକୁ କହି ଏସ୍‌ଏଚ୍‌ଜି ସଦସ୍ୟାଙ୍କ ଲକ୍ଷାଧିକ ଟଙ୍କା ଠକିଥିଲେ: ଭଡାଘରୁ ଦମ୍ପତିଙ୍କୁ ବାନ୍ଧିଲା ପୋଲିସ

ଝାରସୁଗୁଡା ଅଫିସ୍‌,୩।୮: ଝାରସୁଗୁଡା ଜିଲା ଲଇକେରା ଥାନା ଓ କୁଲବିଲା ଥାନା ଅଞ୍ଚଳର ବିଭିନ୍ନ ଗ୍ରାମର ଏସ୍‌ଏଚ୍‌ଜି ଗ୍ରୁପ୍‌ ସଦସ୍ୟାମାନଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଋଣ କରାଇଦେବା କହି ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ପୋଲିସ୍‌ରେ ଅଭିଯୋଗ ହୋଇଛି। ଏଥିରେ ସମ୍ପୃକ୍ତ ଅଭିଯୁକ୍ତ ଦମ୍ପତିଙ୍କୁ ପୋଲିସ୍‌ ବୁଧବାର ବଢେଇମୁଣ୍ଡା ସ୍ଥିତ ଭଡାଘରୁ ଗିରଫକରି କୋର୍ଟ ଚାଲଣ କରିଛି। ଗିରଫ ଦମ୍ପତି ହେଲେ ସମ୍ବଲପୁର ଜିଲା କୁଚିଣ୍ଡା ମନ୍ଦିର ଛକର ସ୍ବାମୀ ଭୀମରାଜ ସୋନୀ(୪୦) ଓ ସ୍ତ୍ରୀ ସୁଜାତା ପଟେଲ(୩୫)। ଉଭୟଙ୍କ ନିକଟରୁ ପୋଲିସ୍‌ ୨ ମୋବାଇଲ୍‌, ଆଧାରକାର୍ଡ, ଭୋଟରକାର୍ଡ, ବ୍ୟାଙ୍କ ପାସ୍‌ବୁକ୍‌, ନକଲି ଲୋନ୍‌ ମଞୁରୀ ପତ୍ର, ଅଭିଯୁକ୍ତ ଦମ୍ପତିଙ୍କ ନକଲି ପରିଚୟପତ୍ର ଆଦି ଜବତ କରିଛି । ଏସ୍‌ପି ରାହୁଲ ଜୈନ ଏକ ଖବରଦାତା ସମ୍ମିଳନୀରେ ଏସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଛନ୍ତି।

ଦୀର୍ଘ ମାସେ ଧରି ସୁଜାତା ନିଜକୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଫିଲ୍ଡ ଅଫିସର୍‌ ଭାବେ ପରିଚୟଦେଇ ଗାଁ ଗାଁ ବୁଲି ଏସ୍‌ଏଚ୍‌ଜି ଗ୍ରୁପ୍‌ର ସଦସ୍ୟାଙ୍କୁ ୧ପ୍ରତିଶତ ସୁଧହାରରେ ଋଣ ଯୋଗାଇ ଦେବାପାଇଁ ପ୍ରବର୍ତ୍ତାଉ ଥିଲେ। ୪୦ ହଜାର ଟଙ୍କା ଋଣପାଇଁ ୩୩୦ ଟଙ୍କା ପ୍ରୋସେସିଂ ଫି ଓ ବୀମା ଦେୟପାଇଁ ୧,୫୫୦ଟଙ୍କା, ୮୦ହଜାର ଟଙ୍କା ଋଣପାଇଁ ୬୬୦ଟଙ୍କା ପ୍ରୋସେସିଂ ଫି ଓ ୩,୧୦୦ଟଙ୍କା ବୀମା ଦେୟ ଦେବାକୁ କହିଥିଲେ। ଶତାଧିକ ମହିଳା ସଦସ୍ୟା ତଥା ଋଣଗ୍ରହିତାଙ୍କ ନିକଟରୁ କହିଥିବା ଟଙ୍କା ମଧ୍ୟ ଅସୁଲ କରିଥିଲେ। ସେମାନଙ୍କୁ ଋଣ ଯୋଗାଇ ଦେବାପାଇଁ ବିଟିଏମ୍‌ ନିକଟକୁ ଡାକିଥିଲେ। ଋଣ ଗ୍ରହୀତା ମହିଳା ସଦସ୍ୟାମାନେ ବିଟିଏମ୍‌ ଛକରେ ପହଞ୍ଚି ଫିଲ୍ଡ ଅଫିସର୍‌ଙ୍କୁ ଖୋଜିଥିଲେ। ସେଠାରେ ଏହି ସଂସ୍ଥାର କୌଣସି ଅଫିସ୍‌ ନ ଥିଲା କି ଫିଲ୍ଡ ଅଫିସର୍‌ଙ୍କ ଦେଖା ନ ଥିଲା । ଏହାପରେ ଋଣଗ୍ରହୀତାମାନେ ତାଙ୍କୁ ଫୋନ୍‌କଲ୍‌ କରିଥିଲେ ହେଁ ଫିଲ୍ଡ ଅଫିସର୍‌ ସୁଜାତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ରହିଥିଲା । ପରେ ଋଣ ଗ୍ରହୀତା ମହିଳା ସଦସ୍ୟାମାନେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ କୁଲାବିରା ଥାନା ଅନ୍ତର୍ଗତ ସିରିଆପାଲି ଗ୍ରାମର ଦୀପିକା ସିଂହ ଓ ଲଇକେରା ଥାନା ଅନ୍ତର୍ଗତ ଗୁଡିଗାଁ ଗ୍ରାମର ନଳୀନ ପଟେଲ ପୋଲିସ୍‌ରେ ପୃଥକ ଅଭିଯୋଗ କରିଥିଲେ। ଏନେଇ ପୋଲିସ୍‌ କୁଲାବିରା ଥାନା କେଶ ନଂ ୧୧୨/୨୨ ଓ ଲଇକେରା ଥାନା କେଶ ନଂ ୧୮୧/୨୨ରେ ପୃଥକ ମାମଲା ରୁଜୁ ହୋଇଥିଲା। ଏନେଇ ଏସ୍‌ପି ଜୈନଙ୍କ ନିର୍ଦ୍ଦେଶକ୍ରମେ ଲଇକେରା ଆଇଆଇସି ତ୍ରିପାଠୀ, କୁଲାବିରା ଆଇଆଇସି ତ୍ରିପାଠୀ ଏଏସ୍‌ଆଇ ଅଞଳୀ ପାତ୍ର ପ୍ରମୁଖଙ୍କୁନେଇ ଏକ ତଦନ୍ତ ଟିମ୍‌ ଗଠନ କରାଯାଇଥିଲା। ତଦନ୍ତ ପରେ ଏହି ଠକେଇରେ କୁଚିଣ୍ଡାର ଦମ୍ପତି ସମ୍ପୃକ୍ତ ଥିବା ଏବଂ ସେମାନେ ଝାରସୁଗୁଡାର ବଢେଇମୁଣ୍ଡାରେ ଭଡା ରହୁଥିବା ଜଣାପଡ଼ିଥିଲା। ଝାରସୁଗୁଡା ଟାଉନ ଥାନା ପୋଲିସ୍‌ର ସହାୟତାନେଇ ପୋଲିସ୍‌ ଟିମ୍‌ ଭଡାଘରେ ଚଢାଉକରି ଦମ୍ପତିଙ୍କୁ ଗିରଫ କରିଥିଲା। ଭଡାଘରୁ ପୋଲିସ୍‌ ବିଭିନ୍ନ ଜାଲ କାଗଜପତ୍ର ଜବତ କରିଥିଲା। ପୋଲିସ୍‌ ତଦନ୍ତ ପରେ ଗିରଫ ଅଭିଯୁକ୍ତ ଦମ୍ପତିଙ୍କ ନାମରେ ପଞାବ ନ୍ୟାଶନାଲ ବ୍ୟାଙ୍କ ଓ କାନଡା ବ୍ୟାଙ୍କରେ ଆକାଉଣ୍ଟ ଥିବା ଜାଣିବାକୁ ପାଇଛି। ଏଥିରେ ଲକ୍ଷାଧିକ ଟଙ୍କା ରହିଥିବାବେଳେ ପୋଲିସ୍‌ ଏହି ଆକାଉଣ୍ଟକୁ ଅଚଳ କରିଦେଇଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri