ନେପାଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଦୁଇ ଦିନ ମଧ୍ୟରେ ଶେର ବାହାଦୂର ଦେଉବାଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରାଯାଉ

କାଠମାଣ୍ଡୁ,୧୨ ।୭: ନେପାଳରେ ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ନେପାଳ ସୁପ୍ରିମ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ଆଦେଶ ଦେଇଛନ୍ତି ଯେ ଶେର ବାହାଦୂର ଦେଉବାଙ୍କୁ ଦୁଇଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନିଯୁକ୍ତ କରାଯାଉ । ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀ କିଛି ଦିନ ପୂର୍ବରୁ ସଂସଦକୁ ଭାଙ୍ଗି ଦେଇଥିଲେ । ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ବିରୋଧରେ ଦାଖଲ କରାଯାଇଥିବା ଆବେଦନର ଶୁଣାଣି ସମୟରେ କୋର୍ଟ ଏହି ଆଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ନେପାଳରେ ମାସ ମାସ ଧରି ଜାରି ରହିଥିବା ରାଜନୈତିକ ଗତିବିଧି ଶେଷ ହୋଇଯିବ । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲିଙ୍କ ସୁପାରିସ ପରେ ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରି ୫ ମାସରେ ୨ଥର ସଂସଦର ନିମ୍ନ ସଦନକୁ ଭାଙ୍ଗି ଦେଇଥିଲେ । ସଂସଦ ଭଙ୍ଗପରେ ୧୨ ଓ ୧୯ ନଭେମ୍ବରକୁ ମଧ୍ୟବର୍ତ୍ତି ନିର୍ବାଚନର ଘୋଷଣା କରାଯାଇଥିଲା । ନିର୍ବର୍ାଚନକୁ ନେଇ ଓ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ବିରୋଧରେ ନେପାଳ ସୁପ୍ରିମ କୋର୍ଟରେ ୩୦ଟି ଆବେଦନ କରାଯାଇଥିଲା ।

Share