ଶୈଖ ହମ୍‌ଦନ ବିନ୍‌ ରସିଦ୍‌ଙ୍କ ପରଲୋକ

ଦୁବାଇ, ୨୫ା୩: ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ର ଉପ ଶାସକ ତଥା ଅର୍ଥମନ୍ତ୍ରୀ ଶୈଖ ହମ୍‌ଦନ ବିନ ରସିଦ୍‌ ଅଲ୍‌ ମକ୍ତୁମ(୭୫)ଙ୍କ ବୁଧବାର ପରଲୋକ ଘଟିଛି। ଶାସକ ତଥା ତାଙ୍କ ଭାଇ ଶୈଖ ମହମ୍ମଦ ବିନ ରସିଦ୍‌ ଅଲ ମକ୍ତୁମଙ୍କ ଅଧୀନରେ ଉପଶାସକ ପଦବୀରେ ରହିଥିଲେ। ଶୈଖ ହମ୍‌ଦନ ବିନ ରସିଦ୍‌ଙ୍କ ମୃତ୍ୟୁ ସମ୍ପର୍କରେ ଏମିରେଟ୍ସ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲେ ହେଁ ମୃତ୍ୟୁର କାରଣ ବାବଦରେ କିଛି କୁହାଯାଇନାହିଁ। କିଛି ଦିନ ତଳେ ସେ ଅସୁସ୍ଥ ଥିଲେ। ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ ଭାଇ ଶୈଖ ମହମ୍ମଦ ଏକ ଟୁଇଟ କରିଥିଲେ। ଶୈଖ ହମ୍‌ଦନ ପୂବର୍ତନ ଶାସକ ସ୍ବର୍ଗତ ଶୈଖ ରସିଦ୍‌ ବିନ ସଇଦ୍‌ ଅଲ୍‌ ମୁକ୍ତମଙ୍କ ଦ୍ୱିତୀୟ ସନ୍ତାନ। ୧୯୭୧ରେ ୟୁଏଇରେ ପ୍ରଥମ କ୍ୟାବିନେଟ ହୋଇଥିବାବେଳେ ଶୈଖ ହମ୍‌ଦନଙ୍କୁ ଅର୍ଥମନ୍ତ୍ରୀ ପଦବୀ ମିଳିଥିଲା। ସେବେଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିଥିଲେ।

Share