ଆଉ ଏକ ଫିଲ୍ମରେ ନଜର ଆସିବେ ଶେହନାଜ

ମୁମ୍ବାଇ: ‘କିସି କା ଭାଇ କିସି କି ଜାନ୍‌’ ଫିଲ୍ମରେ ନଜର ଆସିବେ ଅଭିନେତ୍ରୀ ଶେହନାଜ ଗିଲ୍‌। ଏହି ଫିଲ୍ମକୁ ନେଇ ସେ ବହୁତ ଉତ୍ସାହିତ ଅଛନ୍ତି। ସେ ସଲମାନ ଖାନ୍‌ ଏବଂ ପୂଜା ହେଗ୍‌ଡେଙ୍କ ବିପକ୍ଷରେ ଡେବ୍ୟୁ କରୁଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଫରହାଦ ସାମଜୀ। ଏହି ଫିଲ୍ମରେ ପଲକ ତିଓ୍ବାରୀ ଏବଂ ରାଘବ ଜୁୟାଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ବର୍ତ୍ତମାନ ଶେହନାଜ କହିଛନ୍ତି ଯେ, ତାଙ୍କୁ ଖୁବ୍‌ଶୀଘ୍ର ରିୟା କପୁରଙ୍କ ଫିଲ୍ମରେ ଦେଖିବାକୁ ମିଳିବ। ଏହି ଫିଲ୍ମର ନିର୍ଦ୍ଦେଶନା ଦବେ ରିୟା କପୁରଙ୍କ ସ୍ବାମୀ କରଣ ବୁଲାନି। ଏଥିରେ ଭୂମି ପେଡନେକର ଏବଂ ଅନିଲ କପୁର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଏକ ସାକ୍ଷାତକାରରେ ଶେହନାଜ ଏ ବିଷୟରେ କହିଛନ୍ତି। ସୋସିଆଲ ମିଡିଆରେ ଶେହନାଜ ବହୁତ ପ୍ରସିଦ୍ଧ। ସେ ପ୍ରାୟତଃ ନିଜର ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ତାଙ୍କର ପ୍ରଶଂସକମାନେ ମଧ୍ୟ ଏହି ଖୁସି ଖବରକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି।

Share