ମୋଦିଙ୍କୁ ଧନ୍ୟବାଦ ଦେଲେ ଶେହବାଜ୍‌

ଇସ୍‌ଲାମାବାଦ,୧୩ା୪: ପାକିସ୍ତାନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫ ମଙ୍ଗଳବାର ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଲାଗି ଧନ୍ୟବାଦ ଜଣାଇଛନ୍ତି। ଭାରତ ସହ ପାକିସ୍ତାନ ଶାନ୍ତିପୂର୍ଣ୍ଣ ଓ ସହଯୋଗିତାପୂର୍ଣ୍ଣ ସମ୍ପର୍କ ଚାହେଁ ବୋଲି ସେ କହିଛନ୍ତି। ତେବେ ଜମ୍ମୁ-କଶ୍ମୀର ସମେତ ଅନ୍ୟ ପ୍ରସଙ୍ଗଗୁଡ଼ିକର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି। ପ୍ରକାଶ ଯେ, ସୋମବାର ପ୍ରଧାନମନ୍ତ୍ରୀ ମୋଦି ୭୦ ବର୍ଷୀୟ ଶେହବାଜ୍‌ଙ୍କୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଥିଲେ। ସମ୍ପୃକ୍ତ କ୍ଷେତ୍ରକୁ ଆତଙ୍କବାଦରୁ ମୁକ୍ତ କରି ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ଭାରତ ଆଗ୍ରହୀ ଥିବା ମୋଦି କହିଥିଲେ।

Share