ମାନିଲେ ଶେହବାଜ ଶରିଫ: ଆର୍ଥିକ ସ୍ଥିତି ସଙ୍କଟ ଜନକ…

ଇସଲାମାବାଦ,୨୭।୧୨ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଖୋଲାଖୋଲି ଭାବେ ସ୍ବୀକାର କରିଛନ୍ତି ଯେ ତାଙ୍କ ଦେଶ ଡିଫଲ୍ଟ ସ୍ଥିତିରେ ପହଞ୍ଚିଛି। ତେବେ ବର୍ତ୍ତମାନ ପରିସ୍ଥିତି ଭଲ ଏବଂ ପାକିସ୍ତାନ ଡିଫଲ୍ଟର ହେବ ନାହିଁ ବୋଲି ସେ ଦାବି କରିଛନ୍ତି। ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଯେତେବେଳେ ସେ କ୍ଷମତାକୁ ଆସିଲେ ପାକିସ୍ତାନ ଡିଫଲ୍ଟ ହେବାକୁ ଯାଉଥିଲା। ସେ କହିଛନ୍ତି ପାକିସ୍ଥାନ ଡେମୋକ୍ରାଟିକ ଆଲାଇନ୍ସ ସରକାର ତଥା ଅନ୍ୟାନ୍ୟ ସଂପୃକ୍ତ ଅନୁଷ୍ଠାନ ଦ୍ୱାରା ଆମକୁ ଡିଫଲ୍ଟରୁ ରକ୍ଷା କରାଯାଇଛି। କିନ୍ତୁ ଦେଶ ଏବେବି ଆର୍ଥିକ ଆହ୍ବାନର ସମ୍ମୁଖୀନ ହେଉଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ଅସାଧାରଣ ବନ୍ୟା ଯୋଗୁଁ ପାକିସ୍ତାନରେ ୩୦ ବିଲିୟନ ଡଲାରର ବ୍ୟାପକ କ୍ଷତି ହୋଇଛି। ଏହା ବ୍ୟତୀତ ୟୁକ୍ରେନ ଯୁଦ୍ଧ ପରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଏବଂ ବିଶ୍ୱର ମାନ୍ଦାବସ୍ଥା ପରିସ୍ଥିତିକୁ ଅଧିକ ଗୁରୁତର କରିଦେଇଛି। ଦେଶରେ ପେଟ୍ରୋଲିୟମ ଏବଂ ବିଦ୍ୟୁତର ମୂଲ୍ୟ ଅଧିକ ଥିବାରୁ ସେ ଅନ୍ତର୍ଜାତୀୟ ପରିସ୍ଥିତିକୁ ଦାୟୀ କରିଛନ୍ତି।

Share