ଇମ୍ରାନଙ୍କ ପୋଷ୍ଟମର୍ଟମ କରାଇବାକୁ କହିଲେ ଶେହବାଜ ସରିଫ…

ଇସଲାମାବାଦ,୭।୧୧ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ବିବୃତ୍ତି ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଇମ୍ରାନଙ୍କୁ ପୋଷ୍ଟମର୍ଟମ କରିବାକୁ ପରାମର୍ଶ ଦେଉଥିବାର ନଜର ଆସିଛନ୍ତି।

ଶେହବାଜ କହିଛନ୍ତି ଯେ ଇମ୍ରାନଙ୍କୁ ୪ଟି ଗୁଳି, ୮ଟି ଗୁଳି କିମ୍ବା ୧୬ଟି ଗୁଳି ମାଡ କରାଯାଇଛି … ଏହାର ରିପୋର୍ଟ ଦେଶବାସୀଙ୍କୁ ଜଣାଇବା ଉଚିତ। ସର୍ବଶେଷରେ, କାହିଁକି ପୋଷ୍ଟମର୍ଟମ ଏପର୍ଯ୍ୟନ୍ତ କରାଯାଇ ନାହିଁ? ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତ୍ତି ଶୁଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ. ପ୍ରଧାନମନ୍ତ୍ରୀ କ’ଣ ଜାଣନ୍ତି ନାହିଁ ଯେ ଜୀବିତ ଅବା ମୃତ ବ୍ୟକ୍ତି କାହାର ପୋଷ୍ଟମର୍ଟମ କରାଯାଏ। କିଛି ୟୁଜର ସୋସିଆଲ ମିଡିଆରେ ଲେଖୁଛନ୍ତି କି ଶେହବାଜ ଜୀବିତ ଥିବା ଇମ୍ରାନଙ୍କ ପୋଷ୍ଟମର୍ଟମ କରିବାକୁ ଚାହୁଁଛନ୍ତି କି?

ଏହି ପ୍ରସଙ୍ଗରେ ଏଫଆଇଆର ପଞ୍ଜୀକରଣ ନକରିବା ବିଷୟରେ ପ୍ରଧାନମନ୍ତ୍ରୀ ଶହେବାଜ କହିଛନ୍ତି, ଏନେଇ ପଞ୍ଜାବ ସରକାରଙ୍କୁ ପଚାର। ପଞ୍ଜାବରେ ତାଙ୍କ ସରକାର, ମୋ ସରକାର ହାନାନ୍ତି। ପଞ୍ଜାବରେ ତାଙ୍କର ଆଇଜି ଅଛନ୍ତି, ତାଙ୍କର ମୁନିସିଫ ଅଛନ୍ତି। ଇମ୍ରାନ ଅଭିଯୋଗ କରିଥିଲେ ଯେ ହତ୍ୟା ମାମଲାରେ ଏଫଆଇଆର୍‌ ପଞ୍ଜୀକୃତ ହୋଇ ନାହିଁ। ସେନା ଜେନେରାଲଙ୍କ ନାମ ଅଭିଯୋଗରୁ ନ ହଟିବା ପର୍ଯ୍ୟନ୍ତ ଅଧିକାରୀମାନେ ମାମଲା ପଞ୍ଜିକରଣ କରିବାକୁ ମନା କରିଦେଇଥିଲେ।

ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ମୁଖ୍ୟ ଥିବା ଇମ୍ରାନ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ, ଗୃହମନ୍ତ୍ରୀ ରାଣା ସନାଉଲ୍ଲା ଏବଂ ମେଜର ଜେନେରାଲ ଫୈସଲ ନାସିର ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ।

Share