ବାର୍ବି ଡଲ୍‌ ଲୁକ୍‌ରେ ଶେହନାଜ

ମୁମ୍ବାଇ: ବିଗ୍‌ ବସ୍‌ର ସିଜନ-୧୫ର ଗ୍ରାଣ୍ଡ ଫିନାଲ୍‌ରେ ଅଭିନେତ୍ରୀ ଶେହନାଜ ଗିଲ୍‌ଙ୍କୁ ଦେଖିବାକୁ ମିଳିଥିଲା। ଏହି ରାଉଣ୍ଡରେ ଶେହନାଜଙ୍କ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ସମୟରେ ତାଙ୍କର ସର୍ବଶ୍ରେଷ୍ଠ ଫଟୋଶୁଟ୍‌ ପ୍ରଶଂସକଙ୍କ ହୃଦୟ ଜିତିଛି।

ଶେହନାଜ ତାଙ୍କ ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ ଅନେକ ଫଟୋ ଶେୟାର କରିଛନ୍ତି। ଫଟୋଗୁଡ଼ିରେ ସେ ଖୁବ୍‌ ଗ୍ଲାମରସ ଦେଖାଯାଉଛନ୍ତି।
ଏକ କ୍ରିମ୍‌ ରଙ୍ଗର ଡ୍ରେସ୍‌ ପିନ୍ଧିଛନ୍ତି ଶେହନାଜ। ଏହି ଫଟୋଗୁଡ଼ିକୁ ସେ ତାଙ୍କର ନୂଆ ମ୍ୟୁଜିକ୍‌ ଭିଡିଓ ପାଇଁ ଶୁଟ୍‌ କରିଛନ୍ତି।
ବିଭିନ୍ନ ପୋଜ୍‌ରେ ଶେହନାଜ ଫଟୋ ଉଠାଇଥିବା ଦେଖିବାକୁ ମିଳିଛି।

Share