ଶେଫାଳି ନେଦରଲାଣ୍ଡ୍‌ସରେ ଆମେରିକା ରାଷ୍ଟ୍ରଦୂତ

ଭାରତୀୟ ବଂଶୋଦ୍ଭବ ତଥା ଆମେରିକୀୟ ରାଜନୈତିକ କାର୍ଯ୍ୟକର୍ତ୍ତା ଶେଫାଳି ରାଜଦାନ ଦୁଗଲ୍‌ଙ୍କୁ ୟୁଏସ୍‌ ସିନେଟ୍‌ ନେଦରଲାଣ୍ଡ୍‌ସ ପାଇଁ ରାଷ୍ଟ୍ରଦୂତ ଚୟନ କରିଛି। ୫୦ ବର୍ଷୀୟା ଶେଫାଳିଙ୍କ ପ୍ରାର୍ଥୀତ୍ୱ ଧ୍ୱନିମତରେ ଆମେରିକା ସିନେଟ୍‌ରେ ପାରିତ ହୋଇଥିଲା। ଶେଫାଳୀ ଜଣେ କଶ୍ମୀରୀ ପଣ୍ଡିତ। ହରିଦ୍ୱାରରେ ତାଙ୍କ ଜନ୍ମ ହୋଇଥିବାବେଳେ ମାତ୍ର ୨ ବର୍ଷ ବୟସରେ ସେ ପରିବାର ସହ ପେନ୍‌ସିଲଭାନିଆର ପିଟସବର୍ଗକୁ ପଳାଇଯାଇଥିଲେ। ମିଆମି ୟୁନିଭର୍ସିଟିରେ ସ୍ନାତକ ଏବଂ ନ୍ୟୁୟର୍କ ୟୁନିଭର୍ସିଟିରେ ସେ ସ୍ନାତକୋତ୍ତର ହାସଲ କରିଥିଲେ। ରାଜନୀତି ବ୍ୟତୀତ ଶେଫାଳି ଜଣେ ମହିଳା ଅଧିକାର ଆଇନଜୀବୀ ମଧ୍ୟ। ୟୁନାଇଟେଡ୍‌ ଷ୍ଟେଟ୍‌ସ ହୋଲୋକଷ୍ଟ ମେମୋରିଆଲ ମ୍ୟୁଜିୟମ କାଉନ୍‌ସିଲରେ ସେ ପୂର୍ବରୁ ରାଷ୍ଟ୍ରପତୀୟ ପ୍ରତିନିଧି ଭାବେ କାର୍ଯ୍ୟ କରିଛନ୍ତି।

Share