ଶିଜାନଙ୍କ ଜାମିନ ଆବେଦନ ଖାରଜ

ବମ୍ବେ: ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ମାମଲାରେ ପ୍ରେମିକ ତଥା ‘ଅଲି ବାବା ଦାସ୍ତାନ ଏ କାବୁଲ’ର ମୁଖ୍ୟ ଅଭିନେତା ଶିଜାନ ଖାଁ ନ୍ୟାୟିକ ହେପାଜତରେ ଅଛନ୍ତି। ପୋଲିସ ଏହି ପ୍ରସଙ୍ଗରେ ତାଙ୍କୁ ବାରମ୍ବାର ପଚରାଉଚରା କରୁଛି। ଏସବୁ ମଧ୍ୟରେ ସେ ଜାମିନ ଲାଗି ଆବେଦନ କରିଥିଲେ। ହେଲେ ବସାଇ କୋର୍ଟ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଯଦି ଅଭିନେତାଙ୍କୁ ଜାମିନ ଦିଆଯାଏ ତେବେ ମାମଲା ପ୍ରଭାବିତ ହୋଇପାରେ ବୋଲି କୋର୍ଟ କହିଛନ୍ତି।

ଡିସେମ୍ବର ୧୫ରେ ବ୍ରେକ୍‌ଅପ୍‌ ପରେ ଶିଜାନ ଏବଂ ତୁନିଶାଙ୍କ ମଧ୍ୟରେ ସମ୍ପର୍କ ଛିନ୍ନ ହୋଇଥିଲା। ଏହାପରଦିନ ତୁନିଶାଙ୍କୁ ପ୍ୟାନିକ୍‌ ଆଟାକ୍‌ ଆସିଥିଲା। ମୋଟାମୋଟି ଦେଖିଲେ ତୁନିଶା ବ୍ରେକ୍‌ଅପ ପରେ ଚାପ ଏବଂ ଡିପ୍ରେସନରେ ଥିଲେ। ମୃତ୍ୟୁ ପୂର୍ବରୁ ମଧ୍ୟ ଶିଜାନ ହିଁ ଶେଷ ବ୍ୟକ୍ତି ଭାବେ ଅଭିନେତ୍ରୀଙ୍କୁ ଭେଟିଥିଲେ। ସିସିଟିଭିରୁ ସ୍ପଷ୍ଟ ହୋଇଛି ଯେ ଶିଜାନଙ୍କ କୋଠରୀରେ ତୁନିଶା ଥିଲେ। ଏଣୁ ଯଦି ତାଙ୍କୁ ଜାମିନ ପ୍ରଦାନ କରାଯାଏ ତେବେ ମାମଲା ପ୍ରଭାବିତ ହୋଇପାରେ ବୋଲି କୋର୍ଟ କହିବା ସହ ଜାମିନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

Share