ସାଙ୍ଗ ଘରୁ ଫେରୁଥିଲେ, ବସ୍‌ଷ୍ଟାଣ୍ଡରେ ଟଳିପଡ଼ିଲେ ଯୁବତୀ

ଜଳେଶ୍ୱର,୨୪ା୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ବସ୍‌ଷ୍ଟାଣ୍ଡରେ ଜଣେ ଯୁବତୀଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ଷ୍ଟେଶନବଜାର ବସ୍‌ଷ୍ଟାଣ୍ଡ ନିକଟରେ ବସିଥିବା ବେଳେ ହଠାତ୍‌ ପଡିଯାଇଥିଲେ। ସାଧାରଣ ଲୋକେ ୧୦୮କୁ ଖବର ଦେଇଥିଲେ। ତାଙ୍କୁ ଜିକେଭଟ୍ଟର ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପ୍ରଚାରିତ ହେବାପରେ ରାଇବଣିଆ ଥାନା ଅଧୀନ ସର୍ଦ୍ଦାରବନ୍ଧ ପଞ୍ଚାୟତର ଗେଙ୍ଗଟାବଣି ଅଞ୍ଚଳର ତାଙ୍କ ମା’ ଜବା ସିଂ ଓ ସମିତି ସଦସ୍ୟ ଗଣେଶ ସରେନ୍‌ ହସ୍‌ପିଟାଲରେ ପହଞ୍ଚିଥିଲେ।  ସେ ସ୍ବର୍ଗତ କାଳିଚରଣ ସିଂଙ୍କ ଝିଅ ରୂପାଲି ସିଂ(୨୫) ବୋଲି ଜଣାପଡିଛି।ଗତ ୩ଦିନ ତଳେ ପଞ୍ଚୁଘଣ୍ଟା ଗାଁର ତାଙ୍କ ସାଙ୍ଗ ଘରକୁ ବୁଲି ଆସିଥିବା ସେମାନେ କହିଥିଲେ ା ଆଜି ଘରକୁ ଫେରୁଥିବା ବେଳେ ଏପରି ଘଟଣା ଘଟିଥିବା ପରିବାର ପକ୍ଷରୁ କୁହାଯାଉଛି।