Categories: ଫୁରସତ

ବିଶ୍ୱର ସୁପରହିଟ୍‌ ଷ୍ଟାର: ମାତ୍ର ୧୬ ବର୍ଷ ବୟସରେ ୪୪୦୦ କୋଟିର ମାଲିକାଣୀ

ଅନ୍ତର୍ଜାତୀୟ ପପ୍‌ ଷ୍ଟାର ରିହାନା ଭାରତରେ ଚାଲିଥିବା କିଷାନ ଆନ୍ଦୋଳନରେ ଟୁଇଟ୍‌ କରି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ବାର୍‌ବାଡୋସର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରି ପପ୍‌ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରେ ସେ ପ୍ରତିଷ୍ଠିତ ହୋଇପାରିଛନ୍ତି। ତାଙ୍କର ପ୍ରଥମ ଆଲବମ୍‌ ଗୀତ ‘ଅମ୍ବ୍ରେଲା’ ଗ୍ରାମୀ ଆଓ୍ବାର୍ଡ ପାଇଥିଲା।


୧୫ ବର୍ଷ ବୟସରେ ରିହାନା ନିଜର ଦୁଇ କ୍ଲାସ୍‌ମେଟଙ୍କ ସହ ମିଶି ଏକ ଗର୍ଲ ଗ୍ରୁପ୍‌ କରିଥିଲେ। ସେ ମ୍ୟୁଜିକ୍‌ ପ୍ରଡ୍ୟୁସର ଇବାନ ରୋଜର୍ସଙ୍କଠାରେ ଅଡିଶନ ଦେଇଥିଲେ। ଯିଏ କି ତାଙ୍କ ସ୍ତ୍ରୀଙ୍କ ସହ ବାରବାଡୋସ ବୁଲିବାକୁ ଆସିଥିଲେ। ରିହାନାଙ୍କ କଣ୍ଠସ୍ବର ତାଙ୍କୁ ଖୁବ୍‌ ପ୍ରଭାବିତ କରିଥିଲା। ଗୋଟିଏ ବର୍ଷ ଭିତରେ ଯେତେବେଳେ ରିହାନା ୧୬ ବର୍ଷର ହୋଇଥିଲେ ସେତେବେଳେ ସେ ବାରବାଡୋସ ଛାଡ଼ି ଆମେରିକା ଚାଲିଗଲେ।

ରିହାନାଙ୍କ ପିଲାଦିନ ଖୁବ୍‌ ଯନ୍ତ୍ରଣାଦାୟକ ଥିଲା। ତାଙ୍କର ପିତା ନିଶାଖୋର ଥିଲେ। ଯେଉଁଥିପାଇଁ ରିହାନାଙ୍କ ମାତାପିତାଙ୍କର ଛାଡ଼ପତ୍ର ହୋଇଥିଲା। ଏତେ କଷ୍ଟ ଭିତରେ ରିହାନା ଏମିନେମ୍‌, କୋଲଭିନ୍‌ ହ୍ୟାରିସ, କେନି ବେଷ୍ଟ, ଜେ-ଜୀଙ୍କ ପରି ବଡ଼ ବଡ଼ ପ୍ରତିଭାମାନଙ୍କ ସହ କାମ କରି ବେଶ୍‌ ସଫଳତା ସାଉଁଟିଛନ୍ତି।

ରିହାନା କିଛିଦିନ ପୂର୍ବରୁ କରୋନା ମହାମାରୀ ସମୟରେ ୮ ମିଲିୟନ ଡଲାର ସହାୟତା ଦେଇଥିଲେ। ରିହାନା ଆଜିର ସମୟରେ ୬୦୦ ଡଲାର ଅର୍ଥାତ୍‌ ୪୪୦୦ କୋଟିର ମାଲିକାଣୀ ହୋଇଛନ୍ତି। ଏହା କେବଳ ସେ ମେକ୍‌ଅପ ଏବଂ ବିଳାସପୂର୍ଣ୍ଣ ବ୍ରାଣ୍ଡ୍‌ରୁ ରୋଜଗାର କରୁଛନ୍ତି।

Share