କ୍ୟାନସରକୁ ଡରୁଥିଲେ ମହିଳା, ପୁଅକୁ ବାଥ୍‌ଟବରେ ବୁଡ଼ାଇ ମାରି ଶେଷରେ ନିଜେ କଲେ ଆତ୍ମହତ୍ୟା

ସେଣ୍ଟ ପିଟରସବର୍ଗ,୧୭ା୧୨: ଏହି ମାତ୍ର କିଛି ସମୟ ପୂର୍ବରୁ ଗୁରୁବାର ଲଣ୍ଡନରେ ଜଣେ ମହିଳା ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। କାରଣ ମହିଳା ଜଣକ କ୍ୟାନସରରେ ପୀଡ଼ିତ ଥିବାରୁ ତାଙ୍କର ଅପରେଶନ ହୋଇଥିଲା। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁ ନ ଥିଲା। ଫଳରେ ଯନ୍ତ୍ରଣା ସହି ନ ପାରି ସେ ବାଥ୍‌ଟବ୍‌ରେ ନିଜ ୭ ବର୍ଷର ପୁଅକୁ ବୁଡ଼ାଇ ମାରିବା ପରେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ରୁଷିଆରେ ଜନ୍ମିତ ୟୁଲିଆ କ୍ୟାନସରକୁ ଏତେ ଡରୁଥିଲେ ଯେ, ସେ ନିଜ ଜୀବନ ନେବାକୁ ନିଷ୍ପତ୍ତି ନେଇଥିଲେ। ୟୁଲିଆଙ୍କ ମା’ କହିଛନ୍ତି, ବିବାହ ପୂର୍ବରୁ ସେ ବହୁତ ଖୁସି ଏବଂ ସୁସ୍ଥ ଥିଲେ। କିନ୍ତୁ ବିବାହ ପରେ ତାଙ୍କର ବହୁତ ଟେନସନ ଥିଲା ଏବଂ ଅସୁସ୍ଥତା ଏହି ଚାପକୁ ଆହୁରି ବଢ଼ାଇ ଦେଇଥିଲା।

ୟୁଲିଆଙ୍କୁ ଦେଖି ଡାକ୍ତରମାନେ କହିଥିଲେ ଯେ, ତାଙ୍କର ୩ ପ୍ରତିଶତ ବଞ୍ଚିବାର ସୁଯୋଗ ଅଛି। ସେ ଜାଣିଥିଲେ ଦିନେ ସେ କ୍ୟାନସରରେ ମରିବେ। ତେଣୁ ସେ ମରିବାକୁ ବହୁତ ଭୟ କରୁଥିଲେ। ତାଙ୍କ ଅବସ୍ଥା ଏତେ ଖରାପ ହୋଇଯାଇଥିଲା ଯେ ସେ ନିଜ ଜୀବନ ନେବାକୁ ସ୍ଥିର କରି ନେଇଥିଲେ। ୟୁଲିଆ କିଛି ଦିନ ପୂର୍ବରୁ ସ୍ତନ କର୍କଟ ଅସ୍ତ୍ରୋପଚାର କରାଇଥିଲେ। ଅନ୍ୟପକ୍ଷରେ ୟୁଲିଆଙ୍କ ବୈବାହିକ ଜୀବନ ଭଲରେ କଟୁ ନ ଥିଲା। ସବୁଆଡ଼ ଚାପଗ୍ରସ୍ତ ହୋଇ ସେ ଏପରି ପନ୍ଥାକୁ ଆପଣାଇଥିବା ତାଙ୍କ ପରିବାର ଲୋକେ କୁହନ୍ତି। ତେବେ ଆତ୍ମହତ୍ୟା ଏବଂ ହତ୍ୟାକୁ ନେଇ ପୋଲିସ ସବୁ ଦିଗରୁ ଖୋଳତାଡ଼ ଆରମ୍ଭ କରିଛି।

Share