ବଡ଼ ଯା’ liver ଦେଇ ବି ବଞ୍ଚିଲେନି ସାନ, ଅସ୍ତ୍ରୋପଚାର ସମୟରେ ଡାକ୍ତର କାଟି ଦେଇଥିଲେ…

ସମ୍ବଲପୁର,୨୨ା୨(ପ୍ରମୋଦ ବହିଦାର): ଲିଭର ବା ଯକୃତ ପ୍ରତିରୋପଣ ସତ୍ତ୍ବେ ଜୀବିତ ରହି ପାରିଲେ ନାହିଁ ମହିଳା। ଶୁକ୍ରବାର ରାତିରେ ଡାକ୍ତରଙ୍କ ବହୁ ଚେଷ୍ଟା ସତ୍ତ୍ବେ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ସମ୍ବଲପୁର ଜିଲା ଝାଙ୍କରପାଲିର ମହାଦେବ ପ୍ରଧାନଙ୍କ ଧର୍ମପତ୍ନୀ ଉମାକାନ୍ତିଙ୍କ ଲିଭର ଖରାପ ହୋଇଯିବାରୁ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା। ତେବେ ତାଙ୍କୁ ବଞ୍ଚାଇ ରଖିବା ପାଇଁ ଲିଭର ପ୍ରତିରୋପଣ ହିଁ ଏକମାତ୍ର ବିକଳ୍ପ ବୋଲି ତାଙ୍କୁ ଚିକତ୍ସା କରୁଥିବା ଡାକ୍ତର କହିଥିଲେ। ପରିବାର ପକ୍ଷରୁ ମହିଳାଙ୍କ ପାଇଁ ଲିଭର ଦାତାଙ୍କ ଖୋଜା ଚାଲିଲା। ତାଙ୍କ ସ୍ବାମୀ ମହାଦେବଙ୍କ ରକ୍ତ ବର୍ଗ ଉମାକାନ୍ତିଙ୍କ ରକ୍ତବର୍ଗ ସହ ମେଳ ଖାଇ ନ ଥିଲା। ଫଳରେ ଯକୃତ ଦାନ ପାଇଁ ତାଙ୍କ ବଡ଼ ଯା’ ପ୍ରତିମା ଆଗେଇ ଆସିଲେ। ଏହାବାଦ ଗତ ଫେବୃଆରୀ ୬ରେ ହାଇଦ୍ରାବାଦରେ ଅସ୍ତ୍ରୋପଚାର କରାଯାଇ ବଡ଼ ଯା’ଙ୍କ ଲିଭର ଖଣ୍ଡକୁ ସାନ ଯା’ଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ଲିଭର ଦାନ ପରେ ଫେବୃଆରୀ ୯ରେ ବଡ଼ ଯା’ ପ୍ରତିମା ଆଇସିୟୁରୁ ବାହାରି ଥିଲେ। ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଭଲ ଥିଲା। ତେବେ କିଛିଦିନ ସୁସ୍ଥ ରହିବା ପରେ ଅସୁସ୍ଥ ହେବାରୁ ପୁଣି ତାଙ୍କୁ ହାଇଦ୍ରାବାଦର ଉକ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି।
ପ୍ରକାଶ ଯେ, ପିତ୍ତକୋଷରେ ଷ୍ଟୋନ୍‌ ହୋଇଥିବାରୁ ଉମାକାନ୍ତିଙ୍କ ଅସ୍ତ୍ରୋପଚାର କରାଯାଇ ପିତ୍ତକୋଷକୁ ଶରୀରରୁ ଅପସାରଣ କରାଯାଇଥିଲା। ଏହି ସମୟରେ ପିତ୍ତନଳୀକୁ ଡାକ୍ତର କାଟି ଦେଇଥିବା ଜଣାପଡ଼ିଛି। ଏହି ଘଟଣାର ୪ ବର୍ଷ ପରେ ଅର୍ଥାତ୍‌ ୨୦୨୪ ଡିସେମ୍ବର ୫ରେ ତାଙ୍କ ଲିଭର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ଶୌଚ ପାଇଁ ପୋଖରୀକୁ ଯାଇ ବୁଡ଼ି ଯାଇଥିଲେ, ପାଣିରେ ଭାସିବା ପରେ…

ଦିଗପହଣ୍ଡି, ୧୮।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ବଡ଼ବନ୍ଧ ପୋଖରୀରେ ବୁଡ଼ି ଜଣେ…

ବିକାଶ ଧାରା ଓଡ଼ିଶା କାର୍ଯ୍ୟକ୍ରମ: ସମ୍ମାନୀତ ହେଲେ କଳାକାର, ସମାଜସେବୀ

ରିଷିଡା,୧୮।୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଓ ଜିଲାର ବିଭିନ୍ନ ଅଞ୍ଚଳରେ ବିକାଶର ବାର୍ତ୍ତା ପହଞ୍ଚାଇବା ସହ ସରକାରଙ୍କ ସଫଳତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri