ଷ୍ଟାଇଲିଶ୍‌ ଲୁକ୍‌ ଦିଏ ଶାଲ୍‌

ଥଣ୍ଡା ପ୍ରକୋପରୁ ରକ୍ଷା ପାଇଁ ଶୀତଦିନେ ଅଧିକାଂଶ ମହିଳା ଶାଲ୍‌ ବ୍ୟବହାର କରିଥାନ୍ତି। ତେବେ କେବଳ ଶୀତବସ୍ତ୍ର ଭାବେ ନୁହେଁ ବରଂ କୌଣସି ଟ୍ରିପ୍‌, ହ୍ୟାଙ୍ଗ୍‌ ଆଉଟ୍‌ ହେଉ କି ଓ୍ବଣ୍ଟର ଫଟୋଶୁଟ୍‌ ପାଇଁ ମଧ୍ୟ ଭଳିକି ଭଳି ଶାଲ୍‌ର ବଢୁଛି ଡିମାଣ୍ଡ…

ହ୍ୟାଙ୍ଗଆଉଟ୍‌ରେ ଯାଉଥିଲେ ଫ୍ଲୋରାଲ୍‌ ଶାଲ୍‌ କ୍ୟାରି କରନ୍ତୁ। ବ୍ରାଇଟ୍‌ କଲର ଏବଂ ଫ୍ଲୋରାଲ୍‌ ପ୍ରିଣ୍ଟ୍‌ ଥିବା ଏହି ଶାଲ୍‌କୁ ଜିନ୍ସ କିମ୍ବା କୁର୍ତ୍ତି ସହ ଟିମ୍‌ଅପ୍‌ କରି ପିନ୍ଧିପାରିବେ। ଏହା ଦେଖିବାକୁ କଲର୍‌ଫୁଲ୍‌ ହୋଇଥିବାରୁ ଏଥିରେ ଫଟୋଶୁଟ୍‌ କଲେ ସୁନ୍ଦର ଲାଗିବେ।
ପଶ୍‌ମିନା ଶାଲ୍‌ ଦେଖିବାକୁ ବହୁତ ସୁନ୍ଦର। ଏଥିରେ ହୋଇଥିବା ଫ୍ଲୋରାଲ୍‌ ଆର୍ଟ ଯୋଗୁ ଶାଲ୍‌ଟି ଆକର୍ଷଣୀୟ ଦେଖାଯାଏ। ଏହି ଶାଲ୍‌ର ବିଭିନ୍ନ ଭେରାଇଟି ଓ ଡିଜାଇନ୍‌ ମାର୍କେଟ୍‌ରେ ଉପଲବ୍ଧ। ଶାଲଓ୍ବାର୍‌ ସୁଟ୍‌ରେ ଏହି ଶାଲ୍‌କୁ କ୍ୟାରି କରିପାରିବେ।
କଶ୍ମରୀ ଶାଲ୍‌ର ବର୍ଡର ହିଁ ତାକୁ ଆଟ୍ରାକ୍ଟିଭ୍‌ କରିଥାଏ। ଏହାକୁ ଯେକୌଣସି ଏଥିନିକ୍‌ ଡ୍ରେସ୍‌ ସହ ଟିମ୍‌ଅପ୍‌ କରିପାରିବେ। ଖାସ୍‌ କରି ଶାଢ଼ି ସହ କ୍ୟାରି କରନ୍ତୁ କ୍ଲାସି ଲୁକ୍‌ ପାଇବେ।
ସମସ୍ତେ ଲାଟେଷ୍ଟ ଫ୍ୟାଶନ୍‌ର ସବୁ କ୍ୟାରି କରିବାକୁ ପସନ୍ଦ କରନ୍ତି। ଷ୍ଟ୍ରିପ୍‌ ଡିଜାଇନ୍‌ ସବୁବେଳେ ଆପଣଙ୍କ ଫ୍ୟାଶନ୍‌ ଲିଷ୍ଟ୍‌ରେ ରହୁଥିବ। ତେବେ ଷ୍ଟ୍ରିପ୍‌ର ଶାଲ୍‌ ଥରେ ଟ୍ରାଏ କରନ୍ତୁ। ମାକେର୍ଟରେ ଏହାର ଅନେକ ଭେରାଇଟି ଆପଣଙ୍କୁ ମିଳିଯିବ। ଏହି ଶାଲ୍‌କୁ ଜିନ୍ସ ସହ କ୍ୟାରି କରନ୍ତୁ ଷ୍ଟାଇଲିଶ୍‌ ଦେଖାଯିବେ।
ବେଲ୍ଟ ସବୁ ଆଉଟ୍‌ପିଟ୍‌ରେ ୟୁନିକ୍‌ ଲୁକ୍‌ ଦେଇଥାଏ। ତେବେ ଶାଲ୍‌ରେ ବେଲ୍ଟ ବ୍ୟବହାର କରି ଡିଫରେଣ୍ଟ ଲୁକ୍‌ ପାଇପାରିବେ। ଯେକୌଣସି ଓ୍ବେଷ୍ଟର୍ନ କିମ୍ବା ଟ୍ରାଡିସନାଲ୍‌ ଡ୍ରେସ୍‌ରେ ଶାଲ୍‌ କ୍ୟାରି କରୁଥିବାବେଳେ ବେଲ୍ଟ ମଧ୍ୟ ଟିମ୍‌ଅପ୍‌ କରନ୍ତୁ। ଶାଲ୍‌କୁ କହୁଣି ଯାଏଁ ରଖି ନିଜ ଫେଭରେଟ୍‌ ବେଲ୍ଟ ବାନ୍ଧି ନିଅନ୍ତୁ, ଦେଖିବେ ଟ୍ରେଣ୍ଡି ଲାଗିବେ।
ବର୍ତ୍ତମାନ ପୋଞ୍ଚ ଷ୍ଟାଇଲ୍‌ ଟ୍ରେଣ୍ଡରେ ଅଛି। ଶାଲ୍‌ରେ ମଧ୍ୟ ପୋଞ୍ଚ ଷ୍ଟାଇଲ୍‌ କରି ଷ୍ଟାଇଲିଶ୍‌ ଲୁକ୍‌ ପାଇପାରିବେ। ଏହି ଷ୍ଟାଇଲରେ ଶାଲ୍‌କୁ ଘୋଡ଼େଇ ଆଗ ପଟରୁ ସେପ୍ଟିପିନ୍‌ ଲଗାନ୍ତୁ। ଶାର୍ଟ ଭଳି ଶାଲ୍‌ର ଦୁଇ ପଟକୁ ଯୋଡିବା ପାଇଁ ବହୁ ପିନ୍‌ ବ୍ୟବହାର କରନ୍ତୁ। ଏହି ଷ୍ଟାଇଲ୍‌କୁ ଆପଣ ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ସହ କ୍ୟାରି କରନ୍ତୁ ଷ୍ଟାଇଲିଶ୍‌ ଲାଗିବେ।
ଶାଲ୍‌କୁ ଆପଣ ସ୍ରଗ୍‌ ଭାବରେ ମଧ୍ୟ ବ୍ୟବହାର କରିପାରିବେ। ସ୍ରଗ୍‌ ପିନ୍ଧିବା ଷ୍ଟାଇଲ୍‌ ଯାହା କେବେ ବି ଆଉଟ୍‌ ଅଫ୍‌ ଫ୍ୟାଶନ ହୁଏ ନାହିଁ। ତେଣୁ ଏହାକୁ ଟ୍ରାଏ କରି ଆପଣ ଷ୍ଟାଇଲିଶ୍‌ ଦେଖାଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେବ ଗଜକେଶରୀ ଯୋଗ, ଏହି ୨ ରାଶିର ବ୍ୟକ୍ତିଙ୍କର କ୍ୟାରିଅରରେ ହେବ ଉନ୍ନତି

ଗ୍ରହ ଏବଂ ନକ୍ଷତ୍ର ମଣ୍ଡଳର ଗତିକୁ ଆଧାର କରି ୨୦୨୬ ମସିହାର ପ୍ରଥମ କିଛି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମକର ସଂକ୍ରାନ୍ତି ପୂର୍ବରୁ ଏହି ୩ ରାଶିର ଚମକିବ ଭାଗ୍ୟ, ଘଟିବାକୁ ଯାଉଛି…

୨୦୨୬ରେ, ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯିବ, ଯେତେବେଳେ ସୂର୍ଯ୍ୟ ଧନୁ ରାଶି ଛାଡି ମକର ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ମକର...

ନୂଆବର୍ଷରେ BSNLର ଦମଦାର ଅଫର୍‌, ମାସେ ଯାଏ ଫ୍ରି ଇଣ୍ଟଟରନେଟ୍‌କୁ ସବୁ ମାଗଣା!

ନୂଆଦିଲ୍‌ଲୀ,୨୭।୧୨: ସୁଲଭ ରିଚାର୍ଜ ପ୍ଲାନ ସହିତ ଉପଭୋକ୍ତାମାନଙ୍କୁ ଆକର୍ଷିତ କରିଥିବା ସରକାରୀ ଟେଲିକମ କମ୍ପାନୀ BSNL, ନୂତନ ବର୍ଷ ପାଇଁ ଏକ ଚମତ୍କାର ଅଫର ଘୋଷଣା...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

ଏହି ରାଶି ଉପରେ ଶନିଙ୍କ ପ୍ରକୋପ, ସାଢେ ସତୀ ଚାଲିରେ ବରବାଦ ହୋଇଯିବେ!

୨୦୨୬ରେ, ଶନି ସାରା ବର୍ଷ ପାଇଁ ମୀନ ରାଶିରେ ଭ୍ରମଣ କରିବେ, ଯାହା ଫଳରେ ମେଷ, ମୀନ ଏବଂ କୁମ୍ଭ ରାଶି ଶନିଙ୍କ ସାଡେ ସତୀ...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri