ଷ୍ଟାଇଲିଶ୍‌ ଲୁକ୍‌ ଦିଏ ଶାଲ୍‌

ଥଣ୍ଡା ପ୍ରକୋପରୁ ରକ୍ଷା ପାଇଁ ଶୀତଦିନେ ଅଧିକାଂଶ ମହିଳା ଶାଲ୍‌ ବ୍ୟବହାର କରିଥାନ୍ତି। ତେବେ କେବଳ ଶୀତବସ୍ତ୍ର ଭାବେ ନୁହେଁ ବରଂ କୌଣସି ଟ୍ରିପ୍‌, ହ୍ୟାଙ୍ଗ୍‌ ଆଉଟ୍‌ ହେଉ କି ଓ୍ବଣ୍ଟର ଫଟୋଶୁଟ୍‌ ପାଇଁ ମଧ୍ୟ ଭଳିକି ଭଳି ଶାଲ୍‌ର ବଢୁଛି ଡିମାଣ୍ଡ…

ହ୍ୟାଙ୍ଗଆଉଟ୍‌ରେ ଯାଉଥିଲେ ଫ୍ଲୋରାଲ୍‌ ଶାଲ୍‌ କ୍ୟାରି କରନ୍ତୁ। ବ୍ରାଇଟ୍‌ କଲର ଏବଂ ଫ୍ଲୋରାଲ୍‌ ପ୍ରିଣ୍ଟ୍‌ ଥିବା ଏହି ଶାଲ୍‌କୁ ଜିନ୍ସ କିମ୍ବା କୁର୍ତ୍ତି ସହ ଟିମ୍‌ଅପ୍‌ କରି ପିନ୍ଧିପାରିବେ। ଏହା ଦେଖିବାକୁ କଲର୍‌ଫୁଲ୍‌ ହୋଇଥିବାରୁ ଏଥିରେ ଫଟୋଶୁଟ୍‌ କଲେ ସୁନ୍ଦର ଲାଗିବେ।
ପଶ୍‌ମିନା ଶାଲ୍‌ ଦେଖିବାକୁ ବହୁତ ସୁନ୍ଦର। ଏଥିରେ ହୋଇଥିବା ଫ୍ଲୋରାଲ୍‌ ଆର୍ଟ ଯୋଗୁ ଶାଲ୍‌ଟି ଆକର୍ଷଣୀୟ ଦେଖାଯାଏ। ଏହି ଶାଲ୍‌ର ବିଭିନ୍ନ ଭେରାଇଟି ଓ ଡିଜାଇନ୍‌ ମାର୍କେଟ୍‌ରେ ଉପଲବ୍ଧ। ଶାଲଓ୍ବାର୍‌ ସୁଟ୍‌ରେ ଏହି ଶାଲ୍‌କୁ କ୍ୟାରି କରିପାରିବେ।
କଶ୍ମରୀ ଶାଲ୍‌ର ବର୍ଡର ହିଁ ତାକୁ ଆଟ୍ରାକ୍ଟିଭ୍‌ କରିଥାଏ। ଏହାକୁ ଯେକୌଣସି ଏଥିନିକ୍‌ ଡ୍ରେସ୍‌ ସହ ଟିମ୍‌ଅପ୍‌ କରିପାରିବେ। ଖାସ୍‌ କରି ଶାଢ଼ି ସହ କ୍ୟାରି କରନ୍ତୁ କ୍ଲାସି ଲୁକ୍‌ ପାଇବେ।
ସମସ୍ତେ ଲାଟେଷ୍ଟ ଫ୍ୟାଶନ୍‌ର ସବୁ କ୍ୟାରି କରିବାକୁ ପସନ୍ଦ କରନ୍ତି। ଷ୍ଟ୍ରିପ୍‌ ଡିଜାଇନ୍‌ ସବୁବେଳେ ଆପଣଙ୍କ ଫ୍ୟାଶନ୍‌ ଲିଷ୍ଟ୍‌ରେ ରହୁଥିବ। ତେବେ ଷ୍ଟ୍ରିପ୍‌ର ଶାଲ୍‌ ଥରେ ଟ୍ରାଏ କରନ୍ତୁ। ମାକେର୍ଟରେ ଏହାର ଅନେକ ଭେରାଇଟି ଆପଣଙ୍କୁ ମିଳିଯିବ। ଏହି ଶାଲ୍‌କୁ ଜିନ୍ସ ସହ କ୍ୟାରି କରନ୍ତୁ ଷ୍ଟାଇଲିଶ୍‌ ଦେଖାଯିବେ।
ବେଲ୍ଟ ସବୁ ଆଉଟ୍‌ପିଟ୍‌ରେ ୟୁନିକ୍‌ ଲୁକ୍‌ ଦେଇଥାଏ। ତେବେ ଶାଲ୍‌ରେ ବେଲ୍ଟ ବ୍ୟବହାର କରି ଡିଫରେଣ୍ଟ ଲୁକ୍‌ ପାଇପାରିବେ। ଯେକୌଣସି ଓ୍ବେଷ୍ଟର୍ନ କିମ୍ବା ଟ୍ରାଡିସନାଲ୍‌ ଡ୍ରେସ୍‌ରେ ଶାଲ୍‌ କ୍ୟାରି କରୁଥିବାବେଳେ ବେଲ୍ଟ ମଧ୍ୟ ଟିମ୍‌ଅପ୍‌ କରନ୍ତୁ। ଶାଲ୍‌କୁ କହୁଣି ଯାଏଁ ରଖି ନିଜ ଫେଭରେଟ୍‌ ବେଲ୍ଟ ବାନ୍ଧି ନିଅନ୍ତୁ, ଦେଖିବେ ଟ୍ରେଣ୍ଡି ଲାଗିବେ।
ବର୍ତ୍ତମାନ ପୋଞ୍ଚ ଷ୍ଟାଇଲ୍‌ ଟ୍ରେଣ୍ଡରେ ଅଛି। ଶାଲ୍‌ରେ ମଧ୍ୟ ପୋଞ୍ଚ ଷ୍ଟାଇଲ୍‌ କରି ଷ୍ଟାଇଲିଶ୍‌ ଲୁକ୍‌ ପାଇପାରିବେ। ଏହି ଷ୍ଟାଇଲରେ ଶାଲ୍‌କୁ ଘୋଡ଼େଇ ଆଗ ପଟରୁ ସେପ୍ଟିପିନ୍‌ ଲଗାନ୍ତୁ। ଶାର୍ଟ ଭଳି ଶାଲ୍‌ର ଦୁଇ ପଟକୁ ଯୋଡିବା ପାଇଁ ବହୁ ପିନ୍‌ ବ୍ୟବହାର କରନ୍ତୁ। ଏହି ଷ୍ଟାଇଲ୍‌କୁ ଆପଣ ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ସହ କ୍ୟାରି କରନ୍ତୁ ଷ୍ଟାଇଲିଶ୍‌ ଲାଗିବେ।
ଶାଲ୍‌କୁ ଆପଣ ସ୍ରଗ୍‌ ଭାବରେ ମଧ୍ୟ ବ୍ୟବହାର କରିପାରିବେ। ସ୍ରଗ୍‌ ପିନ୍ଧିବା ଷ୍ଟାଇଲ୍‌ ଯାହା କେବେ ବି ଆଉଟ୍‌ ଅଫ୍‌ ଫ୍ୟାଶନ ହୁଏ ନାହିଁ। ତେଣୁ ଏହାକୁ ଟ୍ରାଏ କରି ଆପଣ ଷ୍ଟାଇଲିଶ୍‌ ଦେଖାଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri