Categories: ଜାତୀୟ

ଗ୍ରୁପ୍‌ କ୍ୟାପଟେନ୍‌ ବରୁଣ-ଏସ୍‌ପିଓ ଶାହାବାଜଙ୍କୁ ଶୌର୍ଯ୍ୟ ଚକ୍ର…

ନୂଆଦିଲ୍ଲୀ, ୩୧।୫ : ବୀରତା ପୁରସ୍କାର ପ୍ରଦାନ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗ୍ରୁପ କ୍ୟାପଟେନ ବରୁଣ ସିଂ ଏବଂ ଏସ୍‌ପିଓ ଶାହାବାଜ ଅହମ୍ମଦଙ୍କୁ ମରଣୋପରାନ୍ତ ଶୌର୍ଯ୍ୟ ଚକ୍ରରେ ସମ୍ମାନୀତ କରିଛନ୍ତି। ୨୦୨୦ରେ ବିମାନ ଉଡ଼ାଣ ସମୟରେ ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କୁ ତାଙ୍କର ଏଲସିଏ ତେଜସ ଯୁଦ୍ଧ ବିମାନକୁ ବଞ୍ଚାଇ ରଖିବା ପାଇଁ ମରଣୋପରାନ୍ତ ଶୌର୍ଯ୍ୟ ଚକ୍ରରେ ସମ୍ମାନୀତ ହୋଇଛନ୍ତି। ବରୁଣଙ୍କ ସ୍ତ୍ରୀ ଗୀତାଞ୍ଜଳି ସିଂ ଏବଂ ମାତା ଉମା ସିଂ ଏହା ଗ୍ରହଣ କରିଛନ୍ତି।

୨୦୨୧ ଡିସେମ୍ବର ୮ରେ ହେଲିକପ୍ଟର ଦୁର୍ଘଟଣାରେ ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ମୃତ୍ୟୁ ଘଟିଥିଲା। ଏହି ହେଲିକପ୍ଟରରେ ସିଡିଏସ ଜେନେରାଲ ବିପିନ ରାୱତ ଏବଂ ଅନ୍ୟ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା।

ପ୍ରତିରକ୍ଷା ସମାରୋହ -୨୦୨୨ ରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଏସ୍‌ପିଓ ଶାହବାଜ ଅହମ୍ମଦଙ୍କୁ ମରଣୋପରାନ୍ତ ଶୌର୍ଯ୍ୟ ଚକ୍ରରେ ସମ୍ମାନୀତ କରିଛନ୍ତି। ଏହି ସମ୍ମାନ ତାଙ୍କ ପିତା ଅବଦୁଲ ଅଜିଜ ଗ୍ରହଣ କରିଛନ୍ତି।

Share