ଶତାୟୁ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ, ଗୋଟିଏ ଶ୍ରେଣୀରେ ପଢାଉଛନ୍ତି ଦୁଇଟି ଶିକ୍ଷୟତ୍ରୀ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ , ୨୯।୮(ଅରୁଣ ସାହୁ/ମନୋରଞ୍ଜନ ରଣା )- ରାଜ୍ୟରେ ସ୍ମାର୍ଟ ସ୍କୁଲର ରୂପାନ୍ତରିକରଣ ପରେ ଶିକ୍ଷାବ୍ୟବସ୍ଥାର ବିକଳ ଚିତ୍ର ଦେଖାଯାଇଛି ଦାରିଙ୍ଗବାଡିରେ। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଠାରେ ରହିଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହର ଅଭାବ ଯୋଗୁଁ ଛାତ୍ରୀଛାତ୍ର ଅସୁବିଧା ଭୋଗୁଛନ୍ତି। ୧୯୧୮ ମସିହାରେ ସ୍ଥାପନ କରାଯାଇଥିବା ସର୍ବ ପୁରାତନ ବିଦ୍ୟାଳୟ ଅବ୍ୟବସ୍ଥା ଯୋଗୁଁ ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ବାଧକ ସାଜୁଛି। ଉକ୍ତ ବିଦ୍ୟାଳୟ ପୂର୍ବରୁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ଗତ ୩ ବର୍ଷ ହେଲା ତାହା ପ୍ରକଳ୍ପ କାଟିଦିଆଯାଇ କେବଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିଣତ କରାଯାଇଛି। ହେଲେ କାଗଜପତ୍ରରେ ବିକାଶ ହୋଇଥିଲେ ସୁଦ୍ଧା ବାସ୍ତବରେ ବିଦ୍ୟାଳୟର ଉନ୍ନତି କିଛି ହୋଇପାରିନି। ଶତାୟୁ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ରହିଥିବା ବେଳେ ଶ୍ରେଣୀକୋଠାର ଅଭାବ ପାଇଁ କେବଳ ସପ୍ତମ ପର୍ଯ୍ୟନ୍ତ ୧୯୭ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି।
ଗୋଟିଏ ଶ୍ରେଣୀଗୃହରେ ଦୁଇ ଦୁଇଟି ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଯାଉଥିବା ବେଳେ ତୃତୀୟ ଶ୍ରେଣୀ ଛାତ୍ରୀଛାତ୍ର ବାରଣ୍ଡାରେ ବସି ପାଠ ପଢୁଛନ୍ତି। ସେହିପରି କାର୍ଯ୍ୟାଳୟ ନ ଥିବାରୁ ଛାତ୍ରାବାସ ବାରଣ୍ଡାରେ ଚାଲିଛି ସ୍କୁଲ କାର୍ଯ୍ୟାଳୟ। ରାଜ୍ୟ ସରକାରଙ୍କ ଏମପି ପାଣ୍ଠିରୁ ଲକ୍ଷାଧିକ ଟଙ୍କା ଅନୁଦାନ ଆସିଥିବା ବେଳେ ଦୀର୍ଘ ୮ ମାସ ହେଲା ଅଧପାନ୍ତରିଆ ହୋଇ କୋଠା ନିର୍ମାଣ କାର୍ଯ୍ୟ ଚାଲିଛି। ସେହିପରି ପ୍ରାୟ ୩୫ ଲକ୍ଷ ଟଙ୍କା ବିନିମୟରେ ବିଦ୍ୟାଳୟର ନୂତନ କୋଠା ସହ ରୂପାନ୍ତର କାର୍ଯ୍ୟ କରାଯିବାକୁ ପୁରୁଣା ଭଙ୍ଗା ଶ୍ରେଣୀକୋଠାକୁ ସମ୍ପୂର୍ଣ୍ଣ ଭଙ୍ଗାଗଲା କିନ୍ତୁ ସେଠି ନୂତନ କୋଠା ଆରମ୍ଭ କରାଯିବାରେ ଅହେତୁକ ବିଳମ୍ବ ଯୋଗୁଁ ବିଦ୍ୟାଳୟରେ ବହୁ ସମସ୍ୟା ଦେଖାଯାଇଛି। ଫଳରେ ପିଲାଙ୍କ ପାଠପଢ଼ା ସହ ଖେଳକୁଦ ଆଦି ସମସ୍ୟା ହେଉଛି। ସେହିପରି ପାଚେରୀ ନ ଥିବାରୁ ପିଲାଙ୍କ ସୁରକ୍ଷା ପ୍ରତି ସମସ୍ୟା ଦେଖାଯିବା ସହ ଛାତ୍ରାବାସ ରେ ପନିପରିବା କରାଯାଇଥିବା ଗଛ ଗୁଡିକୁ ଗାଈ ଖାଇ ନଷ୍ଟ କରିଦେଉଛି। ଛାତ୍ରୀଛାତ୍ରଙ୍କ ପାଇଁ ବିଦ୍ୟାଳୟରେ କେବଳ ଯେ କୋଠା ସମସ୍ୟା ତାହା ନୁହଁ ଲାଇବ୍ରେରୀ ପାଇଁ ସ୍ବତନ୍ତ୍ର କୋଠା ସମେତ ବିଜ୍ଞାନ କକ୍ଷ, କମ୍ପୁଟର, ଖେଳକୁଦ ପାଇଁ ପଡିଆ, ସ୍ମାର୍ଟ କ୍ଲାସ ରୁମ ଆଦି ବ୍ୟବସ୍ଥା କରାଗଲେ ଆମେ ଭଲ ପାଠ ପଢ଼ିପାରିବୁ ବୋଲି ଛାତ୍ରୀଛାତ୍ର ମାନେ କହିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁକମୁନି ଦିଗାଲ କହିଛନ୍ତି ଯେ, ବହୁ ପୁରାତନ ବିଦ୍ୟାଳୟ ହୋଇଥିବା ବେଳେ ଏହାର ଉନ୍ନୟନ କାର୍ଯ୍ୟ ପାଇଁ ଆସିଥିବା ଅନୁଦାନରେ ବିଦ୍ୟାଳୟ ରୂପାନ୍ତର କରାଯିବାକୁ ରହିଥିବା ବେଳେ କାର୍ଯ୍ୟ କରୁଥିବା ଠିକାଦାରଙ୍କ ଅହେତୁକ ଅବହେଳା ପାଇଁ ବିଦ୍ୟାଳୟରେ ଦୁରବସ୍ଥା ସୃଷ୍ଟି ହୋଇଛି। ତେଣୁ ଶୀଘ୍ର କାର୍ଯ୍ୟ ଶେଷ କରାଯିବାକୁ ପ୍ରଶାସନକୁ ନିବେଦନ କରାଯାଇଥିବା ସେ କହିଛନ୍ତି। ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଗଣେଶ ଡାକୁଆ କହିଛନ୍ତି ଯେ, ବିଦ୍ୟାଳୟ ପରିସର ମଧ୍ୟରେ କୋଠା କାର୍ଯ୍ୟ ଓ ରୂପାନ୍ତର କାର୍ଯ୍ୟ କରାଯିବାକୁ ରହିଥିବା ବେଳେ ପ୍ରଶାସନ କାହିଁକି ନିରବ ରହିଛି। ଅନୁଦାନ ଥାଇ କାର୍ଯ୍ୟ କାହିଁକି ବିଳମ୍ବ କରାଯାଉଛି। ଏନେଇ ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ରଙ୍କ ନିକଟରେ ଲିଖିତ ଅଭିଯୋଗ କଲାପରେ ମଧ୍ୟ ରୂପାନ୍ତର କାର୍ଯ୍ୟ ବିଳମ୍ବ ହେଉଥିବା ସେ କହିଛନ୍ତି। ବିଡ଼ିଓ ଗଦାଧର ପାତ୍ରଙ୍କୁ ଏ ପ୍ରସଙ୍ଗରେ ପଚରାଯିବାରୁ ସେ ଏମସିଏଲ (ମହାନଦୀ କୋଲଫାଇଲଡ୍ସ ଲିମିଟେଡ଼ ) ଓ ମୋ ସ୍କୁଲ ପକ୍ଷରୁ ଅନୁଦାନ ରହିଛି କିନ୍ତୁ ଠିକାଦାର ଅବହେଳା କରୁଛନ୍ତି। ଶୀଘ୍ର ଅନ୍ୟ ପଦକ୍ଷେପ ନେଇ କାର୍ଯ୍ୟ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri