Categories: ଜାତୀୟ

୪ ବର୍ଷ ପରେ ଜେଲ୍‌ରୁ ଘରକୁ ଫେରିଲେ ଶଶିକଳା

ବେଙ୍ଗାଲୁରୁ, ୨୭।୧: ତାମିଲନାଡୁର ଏଆଇଏଡିଏମ୍‌କେର ପୂର୍ବତନ ସଦସ୍ୟା ଭି.କେ. ଶଶିକଳା ୪ ବର୍ଷ ଜେଲ୍‌ରେ ରହିବା ପରେ ବୁଧବାର ଘରକୁ ବାହୁଡ଼ିଛନ୍ତି। ୬୩ ବର୍ଷ ବୟସ୍କା ଶଶିକଳା ବେଙ୍ଗାଲୁରୁର ସେଣ୍ଟାଲ ଜେଲ୍‌ ପାରାପ୍ପାନା ଆଗ୍ରାହରାରୁ ମୁକୁଳିଛନ୍ତି। ଏବେ ସେ ଭିକ୍ଟୋରିଆ ହସ୍ପିଟାଲରେ ୪-୫ ଦିନ ରହି ଚିକିତ୍ସିତ ହେବେ। ଶଶିକଳା ଜେଲ୍‌ରୁ ମୁକୁଳିବା ଖୁସିରେ ତାଙ୍କ ସମର୍ଥକ ହସ୍ପିଟାଲ ବାହାରେ ନାନା ପ୍ରକାର ସ୍ଲୋଗାନ ଦେବା ସହିତ ପରସ୍ପରକୁ ମିଠା ଖୁଆଇଛନ୍ତି। ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ଶଶିକଳାଙ୍କ ଘରବାହୁଡ଼ା ନେଇ ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ୨୦୧୭ରେ ୬୬ କୋଟି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ୪ ବର୍ଷ ଜେଲ୍‌ ଦଣ୍ଡାଦେଶ କରାଯାଇଥିଲା।

Share